ଓଡିଶା

odisha

ETV Bharat / state

ମାଓ ଅଞ୍ଚଳରେ BSFର ବାର୍ତ୍ତା: ବନ୍ଧୁକ ଛାଡ, ମୁଖ୍ୟସ୍ରୋତରେ ସାମିଲ ହୁଅ - BSF jawan creates awareness in malkangiri

ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଏସଫ ଯବାନ ଲୋକଙ୍କୁ ସଚେତନ କରାଇବାକୁ କରୁଛନ୍ତି ଜନସଂପର୍କ ଶିବିର । ଏହା ମାଧ୍ୟମରେ ନକ୍ସଲଙ୍କୁ ସମର୍ଥନ ନ କରି ସମାଜ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଦିଆଯାଉଛି ଆହ୍ବାନ । ଅଧିକ ପଢନ୍ତୁ..

ମାଓ ଅଞ୍ଚଳରେ BSFର ବାର୍ତ୍ତା:  ବନ୍ଧୁକ ଛାଡ, ମୁଖ୍ୟସ୍ରୋତରେ ସାମିଲ ହୁଅ
ମାଓ ଅଞ୍ଚଳରେ BSFର ବାର୍ତ୍ତା: ବନ୍ଧୁକ ଛାଡ, ମୁଖ୍ୟସ୍ରୋତରେ ସାମିଲ ହୁଅ

By

Published : Mar 12, 2021, 8:25 PM IST

ମାଲକାନଗିରି: କୋରକୋଣ୍ଡା ବ୍ଲକ ନକମାମୁଡ଼ି ପଞ୍ଚାୟତର ତେନ୍ତୁଳିପଦର ଠାରେ ୧୪୪ ବିଏସଏଫ ବାଟାଲିୟନ ପକ୍ଷରୁ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ବିଏସଏଫର ବହୁ ବରିଷ୍ଠ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ହୋଇଛି।

ମାଓ ଅଞ୍ଚଳରେ BSFର ବାର୍ତ୍ତା: ବନ୍ଧୁକ ଛାଡ, ମୁଖ୍ୟସ୍ରୋତରେ ସାମିଲ ହୁଅ

ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ପୁରୁଷ ଏବଂ ଶିଶୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ବିଏସଏଫ ଯବାନଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି। ନକ୍ସଲଙ୍କ ସମର୍ଥନ ନକରି ସରକାର ଏବଂ ବିକାଶକୁ ସମର୍ଥନ କରିବାକୁ ଲୋକଙ୍କୁ ବୁଝାଯାଇଛି । ବିଏସଏଫ ଏଠାକୁ ଲୋକଙ୍କୁ ସୁରକ୍ଷା ଦେବାକୁ ଆସିଛନ୍ତି। କେବଳ ନକ୍ସଲଙ୍କୁ ଏଠାରେ ବିତାଡିତ କରି ପୁଣି ଲୋକଙ୍କ ନିକଟରେ ଖୁସି ଫେରାଇ ଆଣିବା ପାଇଁ ଅହରହ ଚେଷ୍ଟା କରୁଛନ୍ତି ବୋଲି ସମସ୍ତଙ୍କୁ ବୁଝାଯାଇଛି।

ମାଓ ଅଞ୍ଚଳରେ BSFର ବାର୍ତ୍ତା: ବନ୍ଧୁକ ଛାଡ, ମୁଖ୍ୟସ୍ରୋତରେ ସାମିଲ ହୁଅ

ଜୀବନକୁ ବାଜି ଲଗାଇ ଯବାନ ଲୋକଙ୍କ ଧନଜୀବନକୁ ସୁରକ୍ଷା ଦେବା ସହ ସମାଜର ମଙ୍ଗଳ କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ କରୁଥିବା ଦର୍ଶାଯାଇଛି। ନକ୍ସଲ ଯୋଗୁଁ କେବେ ମଧ୍ୟ ସମାଜର ଏବଂ ଅଞ୍ଚଳ ବିକାଶ ହୋଇପାରିବ ନାହିଁ ବୋଲି କୁହାଯାଇଛି। ଏହି ଅବସରରରେ ଲୋକଙ୍କୁ ଦୈନନ୍ଦିନ ଉପକରଣ ଯଥା ବାଲଟି,ମଗ,କଢେଇ,ହାଣ୍ଡି,ଗ୍ଲାସ ସମେତ ଯୁବକ ବନ୍ଧୁମାନଙ୍କୁ କ୍ରିକେଟ କିଟ୍, ଫୁଟବଲ,ଭଲିବଲ ସମେତ ଅନ୍ୟ ଖେଳ ସାମଗ୍ରୀ ପ୍ରଦାନ କରାଯାଇଛି। ପିଲାମାନଙ୍କୁ ବହିପତ୍ର, ପେନ, ପେନସିଲ , ବ୍ୟାଗ ଗାମୁଛା,ଟି-ସାର୍ଟ,ପ୍ୟାଣ୍ଟ ଇତ୍ୟାଦି ମଧ୍ୟ ପ୍ରଦାନ କରାଯାଇଛି।

ମାଲକାନଗିରିରୁ ଦେବବ୍ରତ ବେହେରା , ଇଟିଭି ଭାରତ

ABOUT THE AUTHOR

...view details