ଓଡିଶା

odisha

ETV Bharat / state

ରକ୍ତଦାନ ବାର୍ତ୍ତା ନେଇ ରେଡକ୍ରସର ସଚେତନତା ରାଲି

ମାଲକାନଗିରି ଜିଲ୍ଲାର ଯୁବ ରେଡକ୍ରସ ସଂଘ ପକ୍ଷରୁ ରକ୍ତଦାନ ଏକ ମହତ ଦାନ ବାର୍ତ୍ତା ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲିରେ ସମସ୍ତ ମହାବିଦ୍ୟଳୟର ଛାତ୍ରଛାତ୍ରୀ, ସହରର ଅନେକ ସମାଜସେବୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ସ୍ଥାନୀୟ ବାସିନ୍ଦାଙ୍କୁ ଜିଲ୍ଲା ରକ୍ତ ଭଣ୍ଡାରକୁ ଆସି ରକ୍ତଦାନ କରିବାକୁ ଅନୁରୋଧ ମଧ୍ୟ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Sep 27, 2019, 11:16 PM IST

ମାଲକାନଗିରି: ରକ୍ତ ଦାନ ମହତ ଦାନ । ଏହି ବାର୍ତ୍ତା ନେଇ ଜିଲ୍ଲା ଯୁବ ରେଡକ୍ରସ ସଂଘ ପକ୍ଷରୁ ମାଲକାନଗିରିରେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଶୁକ୍ରବାର ଦିନ ସଚେତନତା ରାଲିରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ମଡେଲ ଥାନା ଅଧିକାରୀ ରାମ ପ୍ରସାଦ ନାଗ ଯୋଗଦେଇ ରାଲିର ଶୁଭାରମ୍ଭ କରିଥିଲେ । ଏହି ରାଲି ଯୁକ୍ତ2 ବିଜ୍ଞାନ ମହାବିଦ୍ୟଳୟରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା। ଏଥିରେ ମାଲକାନଗିରି ଜିଲ୍ଲାର ସମସ୍ତ ମହାବିଦ୍ୟଳୟର ଛାତ୍ରଛାତ୍ରୀ, ସହରର ଅନେକ ସମାଜସେବୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।


ଛାତ୍ରଛାତ୍ରୀ ମାନେ ନିଆରା ଢଙ୍ଗରେ ସହରର ସମସ୍ତ ବ୍ୟବସାୟ ଅନୁଷ୍ଠାନକୁ ଯିବା ସହ ପ୍ରତ୍ୟେକ ଛକରେ ଉପସ୍ଥିତ ଥିବା ପୁରୁଷ ଓ ମହିଳାଙ୍କୁ ରକ୍ତଦାନ ଏକ ମହତ ଦାନ ସମ୍ପର୍କରେ ବୁଝାଇଥିଲେ । ଏଥିସହ ଜିଲ୍ଲା ରକ୍ତ ଭଣ୍ଡାରକୁ ଆସି ରକ୍ତଦାନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ଜିଲ୍ଲା ରେଡକ୍ରସର ଆବାହକ ରଞ୍ଜନ କୁମାର ସ୍ଵାଇଁ ପରିଚାଳନା କରିଥିଲେ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details