ମାଲକାନଗିରି: ବିଡିଓଙ୍କ ବଦଳି ଦାବି କରି ବ୍ଲକ କାର୍ଯ୍ୟାଳୟ ଘେରାଉ । ମାଲକାନଗିରି ଖଇରପୁଟ ପଞ୍ଚାୟତ ସମିତିର ଶତାଧିକ ଲୋକେ ଆଜି ଧାରଣା ଦେଇଛନ୍ତି । ସମିତି ସଭ୍ୟ ଓ ସରପଞ୍ଚମାନଙ୍କ କୌଣସି କଥା ଖଇରପୁଟର ବିଡିଓ ବିଶ୍ବଜିତ ବରମନ ଶୁଣୁନଥିବାର ଅଭିଯୋଗ କରି ସ୍ଥାନୀୟ ପ୍ରତିନିଧି ଶହଶହ ବଣ୍ଡା ଆଦିବାସୀଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ବିଡିଓଙ୍କ ବଦଳି ଦାବିରେ ବ୍ଲକ କାର୍ଯ୍ୟାଳୟ ଘେରିଲା ଖଇରପୁଟ ପଞ୍ଚାୟତ - ବିଡିଓଙ୍କ ବଦଳି ଦାବି
ବିଡ଼ିଓଙ୍କ ବଦଳି ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରିଲେ ମାଲକାନଗିରି ଖଇରପୁଟ ପଞ୍ଚାୟତବାସୀ । କୌଣସି ଅଭିଯୋଗ ବିଡିଓ ଶୁଣୁନଥିବାରୁ ଧାରଣା ଦେଇଛନ୍ତି ଗ୍ରାମବାସୀ ।
ବିଡିଓଙ୍କ ବଦଳି ଦାବିରେ ବ୍ଲକ କାର୍ଯ୍ୟାଳୟ ଘେରିଲେ
ବିଡିଓଙ୍କ ବଦଳି ଦାବିରେ ବ୍ଲକ କାର୍ଯ୍ୟାଳୟ ଘେରିଲେ
ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ ଠାରୁ ଭତ୍ତା କାର୍ଡ ପର୍ଯ୍ୟନ୍ତ, ଯେ କୌଣସି କାମ ଲାଗି ଲୋକଙ୍କ ଠାରୁ ବିଡିଓ ଲାଞ୍ଚ ନେଉଥିବାର ମଧ୍ୟ ଅଭିଯୋଗ ହୋଇଛି । ତେଣୁ ବିଡିଓଙ୍କ ତୁରନ୍ତ ବଦଳି ଦାବିରେ ସ୍ଥାନୀୟ ଜନପ୍ରତିନିଧି ଓ ଆଦିବାସୀ ଲୋକେ ଆନ୍ଦୋଳନ କରିଛନ୍ତି । ଅନ୍ୟପଟେ, ବିଡିଓଙ୍କ ବଦଳି କରାନଗଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଖଇରପୁଟ ରାଜରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ପ୍ରତିନିଧି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ