ମାଲକାନଗିରି:ମାଲକାନଗିରି ଜିଲ୍ଲା ନିଲିଗୁଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଘଟିଥିବା ବିଭତ୍ସ ହତ୍ୟା ଘଟଣାର ଖୁଲାସା କରିଛି ପୋଲିସ । ଗତ ଶୁକ୍ରବାର ରାତିରେ ହୋଇ ଥିବା ହତ୍ୟା ଘଟଣାରେ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୁଚନା ମୁତାବକ ଗତ ଶୁକ୍ରବାର ଦିନ ସନ୍ଧ୍ୟା ବେଳେ ନିଲିଗୁଡା ଗ୍ରାମର ବୁଦୁରା ପଡିଆମିଙ୍କ ଘର ବାରଣ୍ଡାରେ ଦୁଇ ତିନିଜଣ ଲୋକ ବସି କଥା ବାର୍ତ୍ତା ହେଉଥିବା ବୁଦୁରାର ସ୍ତ୍ରୀ ଦେଖିଥିଲା । ଏହାର କିଛି ସମୟ ପରେ ହଠାତ ବୁଦୁରାର ଚିତ୍କାର ଶୁଣି ତାଙ୍କ ସ୍ତ୍ରୀ ଆସି ଦେଖିବା ବେଳକୁ ବୁଦୁରାର ଗଳା କଟା ଯାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାରଣ୍ଡାରେ ପଡ଼ିରହିଥିଲେ । ଏନେଇ ମୃତ ବୁଦୁରାଙ୍କ ସ୍ତ୍ରୀ ପଡିଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।