ମାଲକାନଗିରି: ଦୁଷ୍କର୍ମ ମାମଲାରେ ଜଣେ ବିଜେପି ନେତାକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କାଲିମେଳା ବିଜେପି ମଣ୍ଡଳ ସଭାପତି ଅବଦୁତ ପ୍ରସାଦ ଦୁର୍ଗା ଜଣେ ଯୁବତୀକୁ ବିବାହ ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ କରି ଆସୁଥିଲେ ।
ଯୁବତୀ ଜଣକ ବର୍ତ୍ତମାନ ବିବାହ କରି ନୂଆଦିଲ୍ଲୀରେ ରହୁଥିବାବେଳେ ଏବେ ବି ସମ୍ପୃକ୍ତ ବିଜେପି ନେତା ତାଙ୍କୁ ଅଶ୍ଳୀଳ ମେସେଜ ପଠାଉଥିବାର ଅଭିଯୋଗ କରିଛନ୍ତି ଯୁବତୀ । ଯୁବତୀ ଏ ସମ୍ପର୍କରେ ନୂଆଦିଲ୍ଲୀର ଏକ ଥାନାରେ ଯୁବକ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ ।