ଓଡିଶା

odisha

ETV Bharat / state

Panchayat Polls: ପୁଣି ବିଜେପି ପ୍ରାର୍ଥୀଙ୍କୁ ଅପହରଣ ଧମକ ଅଭିଯୋଗ - ବିଜେପି ପ୍ରାର୍ଥୀଙ୍କୁ ଅପହରଣ ଧମକ ଅଭିଯୋଗ

କାଲିମେଳା ଜିଲ୍ଲା ପରିଷଦ ଜୋନ 2 ପ୍ରାର୍ଥିନୀ ରୀନା କବାସୀ ନିଖୋଜ ଘଟଣାର କୌଣସି ନିର୍ଯ୍ୟାସ ବାହାରି ନଥିବାବେଳେ, ଏବେ ଜିଲ୍ଲାରେ ପୁଣି ଆଉ ଏକ ଅପହରଣର ଅଭିଯୋଗ ଆସିଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି କୋରକୋଣ୍ଡା ଜିଲ୍ଲା ପରିଷଦ ଜୋନ-୨ ପ୍ରାର୍ଥୀ ପ୍ରଦୀପ କୁମାର ମାଡକାମୀ ବାଲିମେଳା ଥାନାରେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

PanchayatPolls: ପୁଣି ବିଜେପି ପ୍ରାର୍ଥୀଙ୍କୁ ଅପହରଣ ଧମକ ଅଭିଯୋଗ
PanchayatPolls: ପୁଣି ବିଜେପି ପ୍ରାର୍ଥୀଙ୍କୁ ଅପହରଣ ଧମକ ଅଭିଯୋଗ

By

Published : Feb 1, 2022, 10:27 PM IST

ମାଲକାନଗିରି:କାଲିମେଳା ଜିଲ୍ଲା ପରିଷଦ ଜୋନ 2 ପ୍ରାର୍ଥୀନୀ ରୀନା କବାସୀ ନିଖୋଜ ଘଟଣାର କୌଣସି ନିର୍ଯ୍ୟାସ ବାହାରି ନଥିବାବେଳେ, ଏବେ ଜିଲ୍ଲାରେ ପୁଣି ଆଉ ଏକ ଅପହରଣର ଅଭିଯୋଗ ଆସିଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି କୋରକୋଣ୍ଡା ଜିଲ୍ଲା ପରିଷଦ ଜୋନ-୨ ପ୍ରାର୍ଥୀ ପ୍ରଦୀପ କୁମାର ମାଡକାମୀ ବାଲିମେଳା ଥାନାରେ ଅଭିଯୋଗ କରିଛନ୍ତି ।

ପୁଣି ବିଜେପି ପ୍ରାର୍ଥୀଙ୍କୁ ଅପହରଣ ଧମକ ଅଭିଯୋଗ

କିଛି ଦୁର୍ବୃତ୍ତ ପ୍ରଦୀପକୁ ଅପହରଣ କରିବା ଏବଂ ତାଙ୍କୁ ଓ ତାଙ୍କ ପରିବାରକୁ ମାରିଦେବାର ଭୟ ଦେଖାଇବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପ୍ରଦୀପ। ଗତ 21 ତାରିଖ ଦିନ ସକାଳେ ନିଜ ଧାନ ମଣ୍ଡିରେ 3 ଜଣ ହତ୍ୟା ଧମକ ଦେଇ ଚାଲିଯାଇଥିବା ବେଳେ ଗତକାଲି ବାଲିମେଳା ପେଟ୍ରୋଲ ପମ୍ପରେ ତେଲ ପକାଇ ଫେରୁଥିବା ସମୟରେ ଡାକି ମୁଁହରେ କପଡା ବାନ୍ଧି ଏକ ଗାଡିରେ ବସାଇ ଚିତ୍ରକୋଣ୍ଡା ଆଡକୁ ନେଇଯାଇଥିଲେ।

ପ୍ରଦୀପ ଅଭିଯୋଗ କରିଛନ୍ତି ରାସ୍ତାରେ ପ୍ରଚାର ନକରିବାକୁ ଧମକ ଦେଇଥିଲେ। ଏନେଇ ତାଙ୍କର ଓ ତାଙ୍କ ପରିବାର ପ୍ରତି ବିପଦ ଥିବା ଥାନାରେ ଅଭିଯୋଗ କରିଛନ୍ତି। ପ୍ରଦୀପ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ଶାସକ ଦଳର ଲୋକେ ଏଭଳି କରିଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି। ଏନେଇ ପୋଲିସର କୌଣସି ମତାମତ ମିଳିପାରିନାହିଁ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ABOUT THE AUTHOR

...view details