ମାଲକାନଗିରି: ମାଲକାନଗିରି ଠାରୁ ୧୫ କି.ମି ଦୂର ୧୨୬ ନମ୍ବର ଜାତୀୟ ରାଜପଥରେ ଏକ ପିକଅପ୍ ଗାଡି ସହ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକର ନାମ ଅଜିତ ଢାଲି ।
ସଡ଼କ ଦୁୁର୍ଘଟଣାରେ ବାଇକ ଆରୋହୀ ମୃତ - ମାଲକାନଗିରି ବାଇକ ଆରୋହୀଙ୍କ ମୃତ୍ୟୁ
ମାଲକାନଗିରି ଠାରୁ ୧୫ କି.ମି ଦୂର ୧୨୬ ନମ୍ବର ଜାତୀୟ ରାଜପଥରେ ଏକ ପିକଅପ୍ ଗାଡି ସହ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କ ମୃତ ଘଟିଛି । ଅଧିକ ପଢନ୍ତୁ
ସଡ଼କ ଦୁୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ
ମିଳିଥିବା ସୂଚନା ମୁତାବକ, ମୃତ ଅଜିତ ଢାଲି ନାମକ ଯୁବକ ଶିକ୍ଷପାଲ୍ଲୀ ହାଟରୁ ସଉଦା କିଣି ନିଜ ଗାଁ ଏମଭି ୧୫କୁ ଫେରିବା ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ପିକଅପ୍ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ କ୍ଷତିପୂରଣ ଦାବୀରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ଘଟଣା ସ୍ଥଳରେ ମାଲକାନଗିରି ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା । ଦୁର୍ଘଟଣା ଘଟାଇ ଥିବା ଗାଡିକୁ ଚିହ୍ନଟ କରିଛି ମାଲକାନଗିରି ପୋଲିସ ।
ଇଟିଭି ଭାରତ, ମାଲକାନଗିରି