ମାଲକାନଗିରି: ମାଲକାନଗିରି ମହାବିଦ୍ୟାଳୟ ପରୀକ୍ଷାରେ ସେଲଫି ଘଟଣାକୁ ନେଇ ଚେତିଲେ କଲେଜ କର୍ତ୍ତୃପକ୍ଷ। ଖବର ପ୍ରସାରଣର ଘଣ୍ଟାଏ ନପୁରୁଣୁ ସକ୍ରିୟ ହୋଇଛନ୍ତି ମହାବିଦ୍ୟାଳୟ କର୍ତ୍ତୃପକ୍ଷ । କ୍ୟାମେରା ସମ୍ମୁଖରେ ନିଜ ଦୋଷ ସ୍ୱୀକାର କରିବା ସହ ଇଟିଭି ଭାରତର ସଚେତନତା ପାଇଁ ଧନ୍ୟବାଦ ଦେଇଛନ୍ତି ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ।
ମାଲକାନାଗିରି ମହାବିଦ୍ୟାଳୟ ପରୀକ୍ଷାରେ ସେଲଫି ଘଟଣା: ଦୋଷ ମାନିଲେ କର୍ତ୍ତୃପକ୍ଷ - ଇଟିଭି ଭାରତର ମହାପ୍ରଭାଵ
ମାଲକାନଗିରି ମହାବିଦ୍ୟାଳୟରେ ଛାତ୍ରଙ୍କ କପି ନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଚେତିଲେ କର୍ତ୍ତୃପକ୍ଷ । କ୍ୟାମେରା ସାମ୍ନାରେ ନିଜର ଦୋଷ ସ୍ବୀକାର କରିଛନ୍ତି ମହାବିଦ୍ୟାଳୟ କର୍ତ୍ତୃପକ୍ଷ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଲକାନଗିରି ମହାବିଦ୍ୟାଳୟରେ ଯୁକ୍ତ ତିନିର ଇଣ୍ଟରନାଲ ପରୀକ୍ଷା ଚାଲୁଥିଲା । ଆଉ ଏହି ପରୀକ୍ଷା ଚାଲୁଥିବା ବେଳେ ପରୀକ୍ଷାର୍ଥୀ ପରୀକ୍ଷା ହଲକୁ ମୋବାଇଲ ନେଇ କପି କରିବା ସହ ଏହି ସମୟର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରି ଲେଖିଥିଲେ ‘ଏଗଜାମ ଟାଇମ’ ।
ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ