ମାଲକାନଗିରି: ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ବାରା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ । ନଗର ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ମ୍ୟୁନିସିପାଲିଟି ଉପାଧ୍ୟକ୍ଷା କବିତା ମହନ୍ତ କଲେ ଉଦ୍ଘାଟନ । ସମସ୍ତ ୧୯ଟି ୱାର୍ଡରେ ଥିବା ଭିନ୍ନକ୍ଷମ ଏଠାରେ ପହଞ୍ଚି ନିଜର ନାମ ପଞ୍ଜିକରଣ କରିବାସହ ବିଭିନ୍ନ ବିଭାଗର ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସିତ ହୋଇଛନ୍ତି । ଆବଶ୍ୟକ ଥିବା ଭିନ୍ନକ୍ଷମମାନଙ୍କୁ ଏହି କାର୍ଯ୍ୟକ୍ରମରେ ହୁଇଲ୍ ଚେୟାର୍ ପ୍ରଦାନ କରାଯାଇଛି ।
ମାଲକାନଗିରିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ - ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ମାଲକାନଗିରିରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ବାରା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ । ମୁନିସିପାଲିଟି ଉପାଧ୍ୟକ୍ଷା କବିତା ମହନ୍ତ କାର୍ଯ୍ୟକ୍ରମକୁ କଲେ ଉଦ୍ଘାଟନ । ସମସ୍ତ ୧୯ଟି ୱାର୍ଡରେ ଥିବା ଭିନ୍ନକ୍ଷମ ଶିବିରରେ ପହଞ୍ଚି ଚିକିତ୍ସିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ
ମାଲକାନଗିରିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ
ଯେଉଁ ମାନଙ୍କର କୃତ୍ରିମ ଅଙ୍ଗ ନିରୁପଣ ଆବଶ୍ୟକ, ସେମାନଙ୍କୁ ଚିହ୍ନଟ କରାଯିବା ସହ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ବାଇଁଙ୍କ ସମେତ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ରଞ୍ଜିତା ମଜୁମଦାର ଉପସ୍ଥିତ ଥିଲେ । ତେବେ ଏଭଳି ସୁବିଧା ମିଳିଥିବାରୁ ଶିବିରକୁ ଆସି ଭିନ୍ନକ୍ଷମ ମାନେ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ।
ଇଟିଭି ଭାରତ, ମାଲକାନଗିରି