ମାଲକାନଗିରି: ଆଜି ସାରା ରାଜ୍ୟରେ ଶିକ୍ଷକଙ୍କ OTET ପରୀକ୍ଷା ହେଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ୩ଟି ସେଣ୍ଟରରେ ୮୭୭ ପିଲା ପରୀକ୍ଷା ଦେଉଛନ୍ତି । ଏପଟେ ପରୀକ୍ଷା ଆରମ୍ଭ ନ ହେଉଣୁ ଭାଇରାଲ ହୋଇଛି ପ୍ରଶ୍ନର ଉତ୍ତର ସିଟ । ଏନେଇ ଆସିଛି ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା । ‘‘ତାଙ୍କ ପାଖରେ ଏଭଳି କିଛି ଖବର ପହଞ୍ଚିନାହିଁ, ଯଦି ସେମିତି କିଛି ହୋଇଥାଏ ତାହେଲେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି’’ ସେ କହିଛନ୍ତି । ପରୀକ୍ଷାର କିଛି ସମୟ ପୂର୍ବରୁ ପ୍ରଶ୍ନର ଉତ୍ତର ସିଟ ଭାଇରାଲ ହୋଇଛି । ତେବେ ସୂଚନା ଥାଉକି ଏହି ସ୍ବତନ୍ତ୍ର ଓଟିଇଟିର ପେପର ୱାନ ଓ ପେପର ଟୁ ପରୀକ୍ଷା ଆଜି ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ କରାଯାଉଛି ।
OTET ପରୀକ୍ଷା ପୂର୍ବରୁ ଉତ୍ତର ପେପର ଭାଇରାଲ୍ - ଭାଇରାଲ ହେଲା ଉତ୍ତର ସିଟ୍
ଆଜି ରାଜ୍ୟରେ OTET ପରୀକ୍ଷା ହେଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଭାଇରାଲ ହେଲା ଉତ୍ତର ସିଟ୍ । ଅଧିକ ପଢନ୍ତୁ
OTET ପରୀକ୍ଷା ପୂର୍ବରୁ ଉତ୍ତର ପେପର ଭାଇରଲ୍
OTET ପରୀକ୍ଷା ପୂର୍ବରୁ ଉତ୍ତର ପେପର ଭାଇରାଲ୍
ସକାଳ ୮ଟାରୁ ୧୦.୩୦ ପର୍ଯ୍ୟନ୍ତ ପେପର ୱାନ ପରୀକ୍ଷା ହେବାକୁ ଥିବା ବେଳେ ପେପର୨ ପରୀକ୍ଷା ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ୩୦ ମଧ୍ୟରେ ହେବ । ସେପଟେ ଗତ ଏପ୍ରିଲ ୮ ତାରିଖରେ ଓଟିଇଟି ୨୦୨୧ ଦ୍ବିତୀୟ ପର୍ଯ୍ୟାୟର ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା । ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ଓଟିଇଟିକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଏନେଇ ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ମଧ୍ୟ ଦିଆଯାଇଥିଲା ।
ଇଟିଭି ଭାରତ, ମାଲକାନଗିରି