ଓଡିଶା

odisha

ETV Bharat / state

ବିଚ୍ଛିନ୍ନାଞ୍ଚଳରେ ବିଡିଓ, ଫୁଲମାଳ ଦେଇ ସ୍ବାଗତ କଲେ ଲୋକେ - ମାଲକାନଗିରି

ବିଚ୍ଛିନ୍ନାଞ୍ଚଳ ଧୂଳିପୁଟ ପଞ୍ଚାୟତରେ ପହଞ୍ଚି ଲୋକଙ୍କ ଦୁଃଖ ବୁଝିଛନ୍ତି ଚିତ୍ରକୋଣ୍ଡା ବିଡିଓ । ନଦୀ, ନାଳ ଓ ଘାଟି ପାହାଡ ରାସ୍ତା ପାର ହୋଇ ସେଠାରେ ପହଞ୍ଚିଛନ୍ତି ବିଡିଓ ଲରେମୋହନ କରସେଲ ।

ଡିଜାଇନ ଫଟୋ

By

Published : Jun 7, 2019, 1:04 PM IST

Updated : Jun 7, 2019, 7:53 PM IST

ମାଲକାନଗିରି: ଲାଲ୍‌ ଇଲାକାର ଲାଲ କରିଡରରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ସରକାରୀ ବାବୁ । ବିଛିନ୍ନାଞ୍ଚଳ ଧୂଳିପୁଟ ପଞ୍ଚାୟତରେ ପହଞ୍ଚି ଲୋକଙ୍କ ଦୁଃଖ ବୁଝିଛନ୍ତି ଚିତ୍ରକୋଣ୍ଡା ବିଡିଓ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସୂଚନା ମୁତାବକ, ପ୍ରାୟ ୮ରୁ ୧୦ କିଲୋମିଟର ନଦୀ, ନାଳ ଓ ଘାଟି ପାହାଡ ରାସ୍ତା ପାର ହୋଇ ସେଠାରେ ପହଞ୍ଚିଥିଲେ ଚିତ୍ରକୋଣ୍ଡା ବିଡିଓ ଲରେମୋହନ କରସେଲ । ସେଠାରେ ପହଞ୍ଚିବା ସହ ପଞ୍ଚାୟତବାସୀଙ୍କ ସମସ୍ତ ସମସ୍ୟା ସମ୍ପର୍କରେ ଆଲୋଚନା କରି ପ୍ରଥମେ ଗାଁକୁ ରାସ୍ତା ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ । ସେପଟେ ବିଡିଓ ଏହି ବିଚ୍ଛିନ୍ନାଞ୍ଚଳରେ ପହଞ୍ଚିଥିବାରୁ ଫୁଲମାଳ ଦେଇ ତାଙ୍କୁ ସ୍ବାଗତ କରିଛନ୍ତି ଲୋକେ ।

ସୂଚନା ଥାଉକି, ୨୦11 ମସିହାରେ ମାଓବାଦୀମାନେ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ଆର ଭିନିଲ କ୍ରିଷ୍ଣାଙ୍କ ଅପହରଣ ପରେ ଏହି ଅଞ୍ଚଳକୁ କୌଣସି ସରକାରୀ ଅଧିକାରୀ ଆଉ ଆସିନଥିଲେ । ନକ୍ସଲ ଭୟରେ ଏହି ଅଞ୍ଚଳକୁ କେହି ଆସୁ ନଥିବାବେଳେ ଏହି ଅଞ୍ଚଳକୁ ପହଞ୍ଚି ଶୁଖିଲା ଓଠରେ ହସ ଭରିଛନ୍ତି ସରକାରୀ ବାବୁ । ଏହା ସହ ସେ ଅନ୍ୟ ଅଧିକାରୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Last Updated : Jun 7, 2019, 7:53 PM IST

ABOUT THE AUTHOR

...view details