ଓଡିଶା

odisha

ETV Bharat / state

ମିଶନ ଇନ୍ଦ୍ରଧନୁ: ମାଲକାନଗିରିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଓଡିଶା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହଯୋଗରେ ୟୁନିସେଫ ଓଡ଼ିଶା ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ଶିଶୁମାନଙ୍କ ଟୀକାକରଣ ପ୍ରକ୍ରିୟାକୁ କ୍ରିୟାଶୀଳ ଏବଂ ତ୍ବରିତ କରିବା ପାଇଁ ମାଲକାନଗିରି ଜିଲ୍ଲାରେ ଆୟୋଜିତ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ

By

Published : Jun 11, 2022, 2:53 PM IST

awareness programme by odisha family and welfare department in malkangiri
ଓଡିଶା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ମାଲକାନଗିରି: ଶିଶୁମାନଙ୍କ ଟୀକାକରଣ ପ୍ରକ୍ରିୟାକୁ ମଜବୁତ ଏବଂ ସଶକ୍ତ କରିବା ଦିଗରେ ମାଲକାନଗିରି ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଓଡିଶା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହଯୋଗରେ ୟୁନିସେଫ ଓଡ଼ିଶା ଦ୍ୱାରା ଭର୍ଚ୍ଚୁଆଲ ମାଧ୍ୟମରେ ଏହା ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରକ୍ଷୀରେ 'ଇଣ୍ଟେନସିଫାଏଡ ମିଶନ ଇନ୍ଦ୍ରଧନୁଷ' (ଆଇଏମଆଇ) ଏବଂ ପିଲାଙ୍କ କୋଭିଡ ଟିକାକରଣ ବିଷୟରେ ସଚେତନ କରାଯାଇଥିଲା ।

ମହାମାରୀ କୋଭିଡ ପରବର୍ତ୍ତୀ ସମୟରେ ଉଭୟ ମାଆ ଏବଂ ଶିଶୁଙ୍କର ପୂର୍ଣ୍ଣ ଟୀକାକରଣ ହାରକୁ ବଢ଼ାଇବା ପାଇଁ ରାଜ୍ୟରେ (ଆଇଏମଆଇ) ଆରମ୍ଭ କରାଯାଇଥିଲା । ଯାହାର ସଫଳ ରୂପାୟନ ନେଇ ବୈଠକରେ ଆଲୋଚନା ହୋଇଥିଲା । ଏହି ପରିପ୍ରେକ୍ଷୀରେ ରାଜ୍ୟ ଟୀକାକରଣ ଯୁଗ୍ମ ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଡ. ପ୍ରତିଭା ପ୍ରଧାନ, ଶିଶୁ ସ୍ବାସ୍ଥ୍ୟ ପରିଚାଳକ, ମାଲକାନଗିରିର ଏଡିପିଏଚଓ, ଏଫଡବ୍ଲ୍ୟୁ ଡ. ଶଶୀଭୂଷଣ ମହାପାତ୍ର ଆଦି ଯୋଗଦେଇଥିଲେ । ଓଡିଶାରେ ପ୍ରତିବର୍ଷ ପ୍ରାୟ ୯.୫ଲକ୍ଷ ଗର୍ଭବତୀ ମହିଳା ଏବଂ ୮ ଲକ୍ଷ ନବଜାତ ଶିଶୁଙ୍କୁ ଟୀକାକରଣ କରାଯାଏ ।

ଓଡିଶା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ଦ୍ବାରା ୧୨ଟି ରୋଗ ଯଥା ଯକ୍ଷ୍ମା, ହେପାଟାଇଟିସ୍ ବି, ପୋଲିଓ, ଡିପଥେରିଆ, ପସିସ୍, ଟିଟାନାସ, ହେମୋଫିଲସ୍, ଡାଇରିଆ, ନିମୋକୋକାଳ, ମିଳିମିଳା, ଜର୍ମାନ ମିଳିମିଳା, ଜାପାନୀ ଜ୍ବରର ଚିକିତ୍ସା କରାଯାଇଥାଏ । ତେଣୁ ଲୋକମାନଙ୍କୁ ସଠିକ ଜ୍ଞାନ ଏବଂ ସଚେତନ କରିବା ସହିତ କ୍ରମାଗତ ଭାବରେ ସଶକ୍ତ କରିବା ପ୍ରକ୍ରିୟାରେ ଜିଲ୍ଲାର ଗଣମାଧ୍ୟମ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ନେଇ ୟୁନିସେଫ ଓଡିଶାର ଡ. ଅନିଲ ପଟ୍ଟନାୟକ କହିଥିଲେ ।

ମାଲକାନଗିରି ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିଲେ ମଧ୍ୟ ସବୁ ଦିଗରେ ସଫଳତା ଲାଭ କରିଥିବା କହିଛନ୍ତି । ଟୀକାକରଣରୁ ବଞ୍ଚିତ ଅଞ୍ଚଳ ଗୁଡିକୁ ଚିହ୍ନଟ କରିବା ପାଇଁ ସ୍ବାସ୍ଥ୍ୟ କର୍ମୀଙ୍କ ଦଳ ନିୟୋଜିତ କରାଯାଇଛି । ଯେଉଁଠାରେ ସେମାନେ ସମସ୍ତ ଲୋକଙ୍କ ଟୀକାକରଣ ସୁନିଶ୍ଚିତ କରିଛନ୍ତି । ଖୁବଶୀଘ୍ର ଜିଲ୍ଲାରେ ଟୀକାକରଣରେ ୧୦୦ ପ୍ରତିଶତ ସଫଳତା ହାସଲ ହେବ ବୋଲି କାର୍ଯ୍ୟକ୍ରମରେ କୁହାଯାଇଛି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details