ଓଡିଶା

odisha

ETV Bharat / state

ଓଡିଶା ଜୀବିକା ମିଶନ ତରଫରୁ ସଚେତନତା

ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଲୋକଙ୍କ ପାଖରେ ଏହାର ସଠିକ ରୂପରେଖ ପହଞ୍ଚାଇବା ପାଇଁ ଓଡିଶା ଜୀବିକା ମିଶନ ବିଭିନ୍ନ ଢଙ୍ଗରେ ସଚେତନତା ସୃଷ୍ଟି କରୁଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

Awareness from the Odisha Livelihoods Mission
ଓଡିଶା ଜୀବିକା ମିଶନ ତରଫରୁ ସଚେତନତା

By

Published : Oct 16, 2020, 6:20 PM IST

ମାଲକାନାଗିରି: ଓଡିଶା ଜୀବିକା ମିଶନର ସଚେତନତା । ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଲୋକଙ୍କ ପାଖରେ ଏହାର ସଠିକ ରୂପରେଖ ପହଞ୍ଚାଇବା ପାଇଁ ଓଡିଶା ଜୀବିକା ମିଶନ ବିଭିନ୍ନ ଢଙ୍ଗରେ ସଚେତନତା ସୃଷ୍ଟି କରୁଥିବାର ଦେଖିବାକୁ ମିଳିଛି ।

ତେବେ ମାଲକାନାଗିରି ଜିଲ୍ଲା କାଲିମେଳା ବ୍ଲକ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ଚଳିତ ବର୍ଷ କରାଯାଇଥିବା ପୋଷଣ ଦିବସ ଉପଲକ୍ଷେ ବିଭିନ୍ନ ସ୍ଥାନରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ଏକ ଅଭିନବ ଉପାୟରେ ସଚେତନ କରାଯାଉଥିବା ଦେଖିବାକୁ ମିଳିଥିଲା ।

ଓଡିଶା ଜୀବିକା ମିଶନ ତରଫରୁ ସଚେତନତା

ବର୍ତ୍ତମାନ ପୁଣି ଥରେ ଏହି କାଲିମେଳା ବ୍ଲକ୍‌ର ଏମଭି ୭୯ ଗ୍ରାମ୍ୟ ବ୍ୟାଙ୍କର ବ୍ୟାଙ୍କ ମିତ୍ର ସୁପ୍ରିୟା ଜେନା, ଏମବିକେ ଅଞ୍ଜଳି ମାଖା ଏବଂ ସିଆରପିମାନେ ପୁଣି ଗ୍ରାମ ଗ୍ରାମ ବୁଲି ମହିଳା ଏସଏଚଜି ଏବଂ ଗ୍ରାମବାସୀମାନଙ୍କୁ କିପରି ବ୍ୟାଙ୍କ ମାଧ୍ୟମରେ ଖାତା ଖିଲିବେ ଏବଂ ବୀମା କରିବା ସହ ଋଣ ନେଇ ସ୍ୱାବଲମ୍ବୀ ହେବେ ସେ ବିଷୟରେ କହିଛନ୍ତି ।

ତାଣ୍ଡବାଇ ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଆଦିବାସୀ ବହୁଳ ଲାଛିପେଟା ଗ୍ରାମରେ ୟୁଜିବି ବ୍ୟାଙ୍କ ମିତ୍ର ସୁପ୍ରିୟା ଜେନା ନିଜ ରଚିତ ଗୀତ ମାଧ୍ୟମରେ ନିଜର ସୁମଧୁର କଣ୍ଠରେ ମହିଳାଙ୍କ ପାଇଁ ନିଜେ ରଚନା କରିଥିବା କଉତୁକିଆ ଗୀତ ଗାଇ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି ।

ନିଜେ ଦାୟିତ୍ବକୁ ନେଇ ଏକାଧିକ ଗୀତ ରଚନା କରି ଗ୍ରାମାଞ୍ଚଳର ମହିଳାଙ୍କୁ ସଚେତନ କରିବା ପାଇଁ ସୁପ୍ରିୟା ବିଭିନ୍ନ ବୈଠକରେ ଏହି ଗୀତ ଗାଇ ଶୁଣାଉଥିବା ଦେଖିବାକୁ ମିଳୁଛି । ଓଡିଶା ଜୀବିକା ମିଶନର ଏହି ସବୁ ପ୍ରୟାସକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

ମାଲକାନାଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details