ମାଲକାନଗିରି: କର୍ତ୍ତବ୍ୟ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ବନବିଭାଗ କିର୍ମଚାରୀ। ନିରାଅସ୍ତ୍ର ଥାଇ ବି ବନକର୍ମଚାରୀ ଜଙ୍ଗଲ ମାଫିଆ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଯୋଗାଇବାରେ କେବେବି ପଛଘୁଞ୍ଚା ଦେଇନାହାନ୍ତି ମାଲକାନଗିରି ଜିଲ୍ଲାର ବନ କର୍ମଚାରୀ । ପୂର୍ବରୁ ମଧ୍ୟ ଅନେକ ଥର ଜଙ୍ଗଲ ମାଫିଆଙ୍କ ଆକ୍ରମଣ ହେବାର ଅନେକ ନଜିର ରହିଛି। ତେବେ ଆଜି ପୁଣି ତାହାର ପୁନରାବୃତ୍ତି ହୋଇଛି । ବଜ୍ରକାପ୍ତା ଉଦ୍ଧାର ବେଳେ ମାଲକାନଗିରି ବନବିଭାଗ ରେଞ୍ଜର ସମେତ 8 ଜଣଙ୍କୁ ଗାଁ ଲୋକଙ୍କ ସଂଘବଧ ଆକ୍ରମଣ ସ୍ଥାନୀୟ ଅଞ୍ଚଳକୁ ଦୋହଲାଇ ଦେଇଛି ।
ବଜ୍ରକାପ୍ତା ଉଦ୍ଧାର ବେଳେ ମାଲକାନଗିରି ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ - ବଜ୍ରକାପ୍ତା ଉଦ୍ଧାର ବେଳେ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ
12:11 January 29
ବଜ୍ରକାପ୍ତା ଉଦ୍ଧାର ବେଳେ ମାଲକାନଗିରି ବନ ବିଭାଗ କର୍ମଚାରୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ । ରେଞ୍ଜର ବାସୁଦେବ ନାୟକ ସମେତ 8 ଜଣ ଗୁରୁତର ଆହତ ହୋଇଛନ୍ତି ।
ମାଲକାନଗିରି ଜିଲ୍ଲା ନାମକୋଣ୍ଡା ଗାଁ ରେ ଜଣକ ଧାନ ଖଳାରେ ବଜ୍ରକାପ୍ତାକୁ ରଖିଥିବା ଖବର ପାଇ ମାଲକାନଗିରି ରେଞ୍ଜରଙ୍କ ନେତୃତ୍ତ୍ବରେ 15 ଜଣ କର୍ମଚାରୀ ନାମକୋଣ୍ଡା ଗାଁକୁ ଯାଇ ଉଦ୍ଧାର କରିବାକୁ ପହଁଞ୍ଚି ଥିଲେ । ଏହି ସମୟ ଗାଁ ର 25 ରୁ ଉର୍ଦ୍ଧ୍ବ ଲୋକ ଠେଙ୍ଗା, ବାଡ଼ି,ଟାଙ୍ଗିଆ ରେ ବନ ବିଭାଗ କର୍ମଚାରୀ ଙ୍କୁ ଆକ୍ରମଣ କରିଥିଲେ। ଏଥିରେ ମାଲକାନଗିରି ବନବିଭାଗ ରେଞ୍ଜର ବାସୁଦେବ ନାୟକ ସମେତ 8 ଜଣ ଗୁରୁତର ଆହତ ହୋଇଛନ୍ତି । ରେଞ୍ଜର ଉକ୍ତ ଘଟଣାରେ ଲହୁ ଲୁହାଣ ହୋଇ ମାଲକାନଗିରି DFOଙ୍କୁ ସମସ୍ତ ତଥ୍ୟ ଜଣାଇଛନ୍ତି।
ଏହାସହ ମାଲକାନଗିରି ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ମାଲକାନଗିରି ପୋଲିସ ତରଫରୁ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରୁଛନ୍ତି । ଅନ୍ୟ ବନ କର୍ମଚାରୀମାନେ ସରକାରଙ୍କୁ ଗୁହାରି କରିଛନ୍ତି ଯେ ଡିଉଟି ସମୟରେ ବନ କର୍ମଚାରୀଙ୍କ ଆତ୍ମରକ୍ଷ ନିମନ୍ତେ ଯୋଜନା ପ୍ରସ୍ତୁତ କଲେ ଧନ ଜୀବନ ରକ୍ଷା କରିବାରେ ସଫଳ ହୋଇପାରିବେ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ