ଓଡିଶା

odisha

ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଧାରଣାରୁ ଓହରିଲେ ଅଙ୍ଗନବାଡି କର୍ମୀ

By

Published : Jan 2, 2022, 8:46 AM IST

ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ପୋଡିଆ ବ୍ଲକ ମୋତମଗୁଡା ଗ୍ରାମର ଅଙ୍ଗନବାଡି କର୍ମୀଙ୍କ ଧାରଣା ତିନି ଦିନରେ ପହଞ୍ଚିଛି । ଆଜି(ଶନିବାର) ଉପ ଜିଲ୍ଲାପାଳଙ୍କ ପକ୍ଷରୁ ଲିଖିତି ପ୍ରତିଶୃତି ମିଳିବା ପରେ ଧାରଣାରୁ ଓହରିଲେ ଅଙ୍ଗନବାଡି କର୍ମୀ । ଅଧିକ ପଢନ୍ତୁ

ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଧାରଣାରୁ ଓହରିଲେ ଅଙ୍ଗନବାଡି କର୍ମୀ
ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଧାରଣାରୁ ଓହରିଲେ ଅଙ୍ଗନବାଡି କର୍ମୀ

ମାଲକାନଗିରି: ପଦୋନ୍ନତିରେ ଦୁଇ ଦୁଇ ଥର ଅନିୟମିତତା ହେବା କାରଣରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ପୋଡିଆ ବ୍ଲକ ମୋତମଗୁଡା ଗ୍ରାମର ଅଙ୍ଗନବାଡି କର୍ମୀଙ୍କ ଧାରଣା ତିନି ଦିନରେ ପହଞ୍ଚିଛି । ଆଜି(ଶନିବାର) ଉପଜିଲ୍ଲାପାଳଙ୍କ ପକ୍ଷରୁ ଲିଖିତି ପ୍ରତିଶୃତି ମିଳିବା ପରେ ଧାରଣାରୁ ଓହରିଲେ ଅଙ୍ଗନବାଡି କର୍ମୀ ।

ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଧାରଣାରୁ ଓହରିଲେ ଅଙ୍ଗନବାଡି କର୍ମୀ

ଘଟଣାରୁ ପ୍ରକାଶ ଯେ, ପୁଷ୍ପାଞ୍ଜଳି ସାମନ୍ତରାୟ ଆଜକୁ ୩୨ ବର୍ଷ ହେବ ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ଦୀର୍ଘ ବର୍ଷ ଧରି ନିଜର ଦାୟିତ୍ଵକୁ ସେ ସୂଚାରୁ ରୂପେ ପରିଚାଳନା କରି ଆସୁଥିବା ବେଳେ ତାଙ୍କ ଠାରୁ ପରେ କାର୍ଯ୍ୟ କରିଥିବା ଅଙ୍ଗନବାଡି କର୍ମୀଙ୍କୁ ପଦୋନ୍ନତି ଦିଆଯାଉଥିବା ସତ୍ତ୍ବେ ଆଜି ପ୍ରଯ୍ୟନ୍ତ ପୁଷ୍ପାଞ୍ଜଳିଙ୍କୁ ପଦୋନ୍ନତି ଦିଆଯାଉ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ଗତ ଦୁଇ ବର୍ଷ ମଧ୍ୟରେ ୨ ଥର ପଦୋନ୍ନତି ତାଲିକା ପ୍ରକାଶ ପାଇଥିବା ବେଳେ ପ୍ରଥମ ଥର ପ୍ରକାଶିତ ତାଲିକାରେ ପୁଷ୍ପାଞ୍ଜଳି ଦ୍ବିତୀୟ ସ୍ଥାନରେ ଥିଲେ ଓ ଦ୍ବିତୀୟ ଥର ପ୍ରକାଶିତ ତାଲିକାରେ ସେ ପ୍ରଥମ ସ୍ଥାନରେ ଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାଙ୍କୁ ପଦୋନ୍ନତି ମିଳିପାରି ନାହିଁ । ବାରମ୍ବାର ଏନେଇ ସେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବାରୁ ସେ ନିରାଶ ହୋଇ ବହୁ ଅଧିକାରୀଙ୍କୁ ଜଣାଇବା ପରେ ନିଷ୍କର୍ଷ ନମିଳିବାରୁ ସେ ଜିଲ୍ଲାପାଳଙ୍କ କାର୍ଯଳୟ ପରିସରରେ ଧାରଣା ଦେଇଥିଲେ । ତେବେ ଆଜି ତାଙ୍କ ଧାରଣା ତିନିଦିନରେ ପହଞ୍ଚିବା ପରେ ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ ତାଙ୍କୁ ଲିଖିତ ପ୍ରତିଶୃତି ଦେବାସହ ଘଟଣାର ତଦନ୍ତ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି କହିବା ପରେ ପୁଷ୍ପାଞ୍ଜଳି ଧାରଣାରୁ ଓହରିଥିଲେ ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ABOUT THE AUTHOR

...view details