ମାଲକାନଗିରି: ଆନ୍ଧ୍ର ପ୍ରଦେଶର ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ପୁଣି ତେଜିଲା ଆନ୍ଦୋଳନ । ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶର ଚିନ୍ତୁର ଠାରେ ଓଡିଶା, ଛତିଶଗଡ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟର ଅଖିଳ ଭାରତ ଆଦିବାସୀ ମହା ସଂଘ ପକ୍ଷରୁ ଏକ ବିରାଟ ଜନ ସମାବେଶ ଅୟୋଜନ ହୋଇଛି ।
ପୋଲାଭରମ ପ୍ରକଳ୍ପ ବିରୋଧରେ ତେଜିଲା ଆନ୍ଦୋଳନ - ପୋଲାଭରମ ପ୍ରକଳ୍ପ ବିରୋଧରେ ତେଜିଲା ଆନ୍ଦୋଳନ
ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ର ପ୍ରଦେଶର ଚିନ୍ତୁର ଠାରେ ଓଡିଶା, ଛତିଶଗଡ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟର ଅଖିଳ ଭାରତ ଆଦିବାସୀ ମହା ସଂଘ ପକ୍ଷରୁ ଏକ ବିରାଟ ଜନ ସମାବେଶ ଅୟୋଜନ ହୋଇଛି ।
![ପୋଲାଭରମ ପ୍ରକଳ୍ପ ବିରୋଧରେ ତେଜିଲା ଆନ୍ଦୋଳନ](https://etvbharatimages.akamaized.net/etvbharat/prod-images/768-512-5170145-thumbnail-3x2-screenshot-1344jpeg.jpg)
ଫଟୋ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିରି
ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିରି
୪ଟି ରାଜ୍ୟର ହଜାର ହଜାର ଆଦିବାସୀ ଏହି ସମାବେଶରେ ଯୋଗଦେଇ ପୋଲାଭରମ ପ୍ରକଳ୍ପକୁ ବିରୋଧ କରିଛନ୍ତି । ପୂର୍ବ ଡିଜାଇନ ଅନୁଯାୟୀ ପୋଲାଭରମ ଡ୍ୟାମ ନିର୍ମାଣ ହେଲେ ଏହି ୪ଟି ରାଜ୍ୟର ଅନେକ ଗାଁ ଜଳମଗ୍ନ ହେବା ସହ ଶହ ଶହ ହେକ୍ଟର ଚାଷ ଜମି ବୁଡିଯିବ । ଏଥିସହ ମାଲକାନଗିରି ଓ ସୁକୁମା ଜିଲ୍ଲାର ସବୁଜ ପରିବେଶ ସବୁଦିନ ଲାଗି ମାନଚିତ୍ରରୁ ଲିଭିଯିବ । ଏହାଛଡା ଉଭୟ ରାଜ୍ୟର କୋୟା ଆଦିବାସୀ ଲୋକେ ନିଜର ଭିଟା ମାଟି ହରାଇବେ । ତେଣୁ ଆଦିବାସୀମାନେ ଏହାକୁ ବିରୋଧ କରୁଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ