ଓଡିଶା

odisha

ETV Bharat / state

ପ୍ରବଳ ବର୍ଷାରେ ଓଡିଶା-ଆନ୍ଧ୍ର ଯୋଗାଯୋଗ ବିଚ୍ଛିନ୍ନ, ସ୍ଥିତି ପରଖିଲେ ADM - ବର୍ଷା ଯୋଗୁଁ ଆନ୍ଧ୍ର ଓଡିଶା ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି ଲଗାତାର ୩ଦିନ ଧରି ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ହେବା କାରଣରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଫଳରେ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି ଜିଲ୍ଲା ଏଡିଏମ୍ । ଅଧିକ ପଢନ୍ତୁ

ବର୍ଷା ଯୋଗୁଁ ଆନ୍ଧ୍ର ଓଡିଶା ଯୋଗାଯୋଗ ବିଚ୍ଛିନ୍ନ, ସ୍ଥିତି ପରଖିବର୍ଷା ଯୋଗୁଁ ଆନ୍ଧ୍ର ଓଡିଶା ଯୋଗାଯୋଗ ବିଚ୍ଛିନ୍ନ, ସ୍ଥିତି ପରଖିଲେ ADMଲେ ADM
ବର୍ଷା ଯୋଗୁଁ ଆନ୍ଧ୍ର ଓଡିଶା ଯୋଗାଯୋଗ ବିଚ୍ଛିନ୍ନ, ସ୍ଥିତି ପରଖିଲେ ADM

By

Published : Jul 14, 2022, 12:53 PM IST

ମାଲକାନଗିରି:ମୌସୁମୀ ପ୍ରବାହରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ତୁହାକୁ ତୁହା ବର୍ଷା ଯୋଗୁଁ ରାସ୍ତାଘାଟ ଜଳବନ୍ଦୀ । ମାଲକାନଗିରି ଲଗାତାର ୩ଦିନ ଧରି ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ହେବା କାରଣରୁ ଗୋଦାବରୀ ନଦୀ ଫୁଲିବାରେ ଲାଗିଛି । ଫଳରେ ନଦୀର ଜଳସ୍ତର ବର୍ତ୍ତମାନ ୫୦ ଫୁଟ ଉପରେ ରହିଛି । ଫଳରେ ଅନେକ ରାସ୍ତାରେ ପାଣି ଜମି ରହିଥିବାରୁ ଯୋଗାଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି । ଏନେଇ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି ଜିଲ୍ଲା ଏଡିଏମ୍ ।

ବର୍ଷା ଯୋଗୁଁ ଆନ୍ଧ୍ର ଓଡିଶା ଯୋଗାଯୋଗ ବିଚ୍ଛିନ୍ନ, ସ୍ଥିତି ପରଖିଲେ ADM

ଗୋଦାବରୀ ନଦୀ ଫୁଲିବାରୁ ପଛୁଆ ମୋଟୁ - ଭଦ୍ରାଞ୍ଚଳମ ଜଳରେ ମୁଖ୍ୟ ରାସ୍ତାର ଅନେକ ସ୍ଥାନ ବୁଡ଼ି ଯାଇଥିବା ଜଣାପଡ଼ିଛି । ମୋଟୁରୁ ଚିନ୍ତୁର ଯିବା ମୁଖ୍ୟରାସ୍ତାର କୁଇଗୁର ରାସ୍ତା ଉପରେ ୪ଫୁଟ ବନ୍ୟାଜଳ ପ୍ରବାହିତ ହେବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ଚିନ୍ତୁରରୁ ଭଦ୍ରାଞ୍ଚଳମ ମୁଖ୍ୟ ରାସ୍ତାର ନିଲିପାକା ନିକଟରାସ୍ତା ଉପରେ ଗୋଦାବରୀ ନଦୀର ଜଳ ପ୍ରବାହିତ ହେବାରୁ ଓଡ଼ିଶାରୁ ଆନ୍ଧ୍ରକୁ ଯୋଗାଯୋଗ ମଧ୍ୟ ଠପ୍ ହୋଇ ଯାଇଛି । ରାସ୍ତା ଉଭୟ ପାର୍ଶ୍ଵରେ ଅନେକ ଯାନବାହାନ ଫସି ରହିଛି ।

ଲଗାଣ ବର୍ଷା ଯୋଗୁଁ ଗୋଦାବରୀ ନଦୀ ଫୁଲିବାରୁ ମୋଟୁ ନିକଟରେ ଥିବା ଚିନା ଗୋଦାବରୀ ନଦୀ ମଧ୍ୟ ଫୁଲିବା ଆରମ୍ଭ କଲାଣି । ଫଳରେ ଜିଲ୍ଲାର ମୋଟୁ ଅଞ୍ଚଳ ପାଇଁ ବିପଦ ବଢ଼ିବା ନେଇ ଆଶଙ୍କା କରାଯାଉଛି । ଏଥିସହ ଏମ୍‌ ଭି- ୯୬ ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ କାଲିମେଳାରୁ ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏପରି ପରିସ୍ଥିତିରେ ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୂତନ ଭାବେ ଯୋଗଦେଇଥିବା ମାଲକାନଗିରି ADM , କାଲିମେଳା ବିଡିଓ, ମୋଟୁ ତହସିଲଦାରବନ୍ୟା ପରିସ୍ଥିତି ଉପଜୁଥିବା ତଳିଆ ଅଞ୍ଚଳ ଗୁଡିକୁ ଯାଇ ସ୍ଥିତି ପରଖିଛନ୍ତି ।

ABOUT THE AUTHOR

...view details