ଓଡିଶା

odisha

ETV Bharat / state

ମାଲକାନଗିରି ଖଜୁରୀଗୁଡ଼ା ଗାଁରେ ମାଓବାଦୀ ବିରୋଧୀ ମେଳି

ମାଲକାନଗିରି ଯୋଡ଼ାମ୍ବ ଥାନା ଖଜୁରୀଗୁଡ଼ା ଗାଁରେ ଏକ ମାଓବାଦୀ ବିରୋଧୀ ରାଲି କରାଯାଇଛି। ଗାଁର ଦାସୁ ଖେମୁଡୁ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିଲେ। ଅଧିକ ପଢ଼ନ୍ତୁ...

ମାଲକାନଗିରି ଖଜୁରୀଗୁଡ଼ା ଗାଁରେ ମାଓବାଦୀ ବିରୋଧି ମେଳି
ମାଲକାନଗିରି ଖଜୁରୀଗୁଡ଼ା ଗାଁରେ ମାଓବାଦୀ ବିରୋଧି ମେଳି

By

Published : Oct 26, 2020, 9:20 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଖଜୁରୀଗୁଡ଼ା ଗାଁରେ ଏକ ମାଓବାଦୀ ବିରୋଧୀ ମେଳି ହୋଇଛି। କିଛିଦିନ ତଳେ ଖଜୁରୀଗୁଡ଼ା ଗ୍ରାମର ଦାସୁ ଖେମୁଡୁ ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଥିଲେ। ଫଳରେ ମାଓବାଦୀଙ୍କ ବିରୋଧରେ ଗାଁଲୋକେ ଏକାଠି ହୋଇ ଏକ ସଭା କରିଛନ୍ତି।

ମାଓବାଦୀଙ୍କ ହିଂସାକାଣ୍ଡକୁ ଅତିଷ୍ଠ ହୋଇ ପଡ଼ିଛନ୍ତି ସ୍ବାଭିମାନ ଅଞ୍ଚଳର ଲୋକେ। ମାଓବାଦୀ କାର୍ଯ୍ୟକଳାପର ବିରୋଧ କରି ଗତ ରବିବାର ବିଚ୍ଛିନ୍ନାଞ୍ଚଳର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଥିଲେ ଗାଁ ଲୋକେ। ସେହିପରି ଆଜି (ସୋମବାର) ଖଜୁରୀପଡ଼ାରେ ଶତାଧିକ ଆଦିବାସୀ ଏକତ୍ରିତ ହୋଇଥିଲେ। ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ମାଓବାଦୀ ବିରୋଧି ସ୍ଲୋଗାନ ଦେଇଥିଲେ ସ୍ବାଭିମାନ ଅଞ୍ଚଳବାସୀ।

ମାଲକାନଗିରି ଖଜୁରୀଗୁଡ଼ା ଗାଁରେ ମାଓବାଦୀ ବିରୋଧି ମେଳି

ଏହାସହ ଗାଁରେ ଦାସୁ ଖେମୁଡୁଙ୍କୁ ହତ୍ୟା କରିବା ସହ ଅନ୍ୟ 3 ଜଣଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ ମାଓବାଦୀ। ଫଳରେ 3 ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ମାଓବାଦୀଙ୍କ ଏଭଳି କାର୍ଯ୍ୟକଳାପକୁ ଦୃଢ଼ ବିରୋଧ କରିଛନ୍ତି ଅଞ୍ଚଳବାସୀ। ମାଓବାଦୀମାନେ ଆଦିବାସୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ। ଏଭଳି ଷଡ଼ଯନ୍ତ୍ର ବିରୋଧରେ ଗାଁ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶ ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି ଗାଁଲୋକେ। ତେବେ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଗାଁ ଲୋକେ ଯୋଜନାର ଲାଭ ଉଠାଇ ପାରୁନଥିବା କଥା କହିଛନ୍ତି। ଏକତାର ସହ ସରକାରଙ୍କ ବିକାଶ କାର୍ଯ୍ୟକୁ ଆଗେଇ ନେବା ପାଇଁ ପଣସପୁଟ ଅଣ୍ଡିରାପାଲି ଗ୍ରାମବାସୀଙ୍କୁ ଆହ୍ବାନ ଦିଆଯାଇଥିଲା।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details