ଓଡିଶା

odisha

ETV Bharat / state

ବିଚ୍ଛିନ୍ନାଞ୍ଚଳବାସୀଙ୍କୁ ମାଓବାଦୀଙ୍କ ଫତୱା, ମୋବାଇଲ ଧରିଲେ ମୃତ୍ୟୁଦଣ୍ଡ - ବିଚ୍ଛିନ୍ନାଞ୍ଚଳବାସୀଙ୍କୁ ମାଓବାଦୀଙ୍କ ଫତୱା

କାହାକୁ ଫୋନ କଲେ ମିଳିବ ମୃତ୍ୟୁଦଣ୍ଡ ।  ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ଅନ୍ଦ୍ରାପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଓରାପଦର ସମେତ ବିଭିନ୍ନ ଗ୍ରାମରେ ଏମିତି କିଛି ଫତୱା ଜାରି କରିଛି ମାଓ ସଂଗଠନ ।

maoist poster
ଫଟୋ ସୌଜନ୍ୟ:ସମ୍ବାଦଦାତା, ମାଲକାନଗିରି

By

Published : Dec 12, 2019, 2:36 PM IST

Updated : Dec 12, 2019, 11:19 PM IST

ମାଲକାନଗିରି: ଲାଲ୍‌ ବାହିନୀର ନାଲି ଆଖି ! ବିଛିନ୍ନାଞ୍ଚଳରେ ମୋବାଇଲ ବ୍ୟାନ୍‌ ! ମୋବାଇଲରେ କଥା ହେଲେ ମିଳିବ ମୃତ୍ୟୁଦଣ୍ଡ ! ତାଗିଦ୍ କରି ମାରିଲେ ନୋଟିସ୍ । କିଛିଦିନର ବ୍ୟବଧାନ ପରେ ପୁଣି ଲାଲବାହିନୀ ନିଜର ଉପସ୍ଥିତି ଜାହିର କରିବାକୁ ଏପରି କିଛି ଲେଖାଥିବା ପୋଷ୍ଟର ବିଛିନ୍ନାଞ୍ଚଳରେ ଲଗାଇଛି ।

ବିଚ୍ଛିନ୍ନାଞ୍ଚଳବାସୀଙ୍କୁ ମାଓବାଦୀଙ୍କ ଫତୱା, ମୋବାଇଲ ଧରିଲେ ମୃତ୍ୟୁଦଣ୍ଡ

ଚିତ୍ରକୋଣ୍ଡାର ଓରାପଦର ଘାଟରେ ଏପରି ଧମକପୂର୍ଣ୍ଣ ଫତଓ୍ବା ଜାରି କରିଛି ମାଓବାଦୀ ସଂଗଠନ । ଯାହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଥିବାବେଳେ ମାଓବାଦୀଙ୍କ ଏପରି ଧମକ ଆଦିବାସି ଲୋକଙ୍କ ମାନବ ଅଧିକାର ଉଲଙ୍ଘନ କରୁଛି ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।

ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ବିଛିନ୍ନାଞ୍ଚଳରେ 4ଟି ବିଏସଏଫ କ୍ୟାମ୍ପ ସ୍ଥାପନ କରିଛି ଜିଲ୍ଲା ପୋଲିସ । ଆଦିବାସୀ ଲୋକଙ୍କ ବିକାଶ ଲାଗି ସ୍ବାସ୍ଥ୍ୟ, ଶିକ୍ଷା ଓ ଗମନାଗମନ ଉପରେ ଏବେ ଅଧିକା ଗୁରୁତ୍ବ ଦେଇଛି ଜିଲ୍ଲା ପ୍ରଶାସନ ।

ତେବେ ଏସବୁକୁ ନେଇ ଭୟଭିତ ଥିବା ଲାଲବାହିନୀ ଏପରି କରିଛି । ଲାଲ ସାମ୍ରାଜ୍ୟକୁ ପୁଣି ଥରେ ସଜାଡିବାକୁ ମାଓବାଦୀମାନେ ଏପରି କରୁଥିବା ଚର୍ଚ୍ଚା ହେଉଥିବାବେଳେ ଏହାକୁ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ପୋଲିସ କହିଛି । ସେହିପରି ଏହି ଅଞ୍ଚଳରେ ଦୁଇଟି ମୋବାଇଲ ଟାୱାର ଲଗାଯାଇଥିବାବେଳେ ଆଗାମୀ ଦିନରେ ସମସ୍ତ ପଞ୍ଚାୟତରେ ମୋବାଇଲ ଟାୱାର ଲଗାଯିବ ବୋଲି ମାଲକାନଗିରି ଜିଲ୍ଲାପାଳ କହିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Last Updated : Dec 12, 2019, 11:19 PM IST

ABOUT THE AUTHOR

...view details