ଓଡିଶା

odisha

ETV Bharat / state

ଅଧବାଟରେ ଅଟକିଲା ଆମ୍ବୁଲାନ୍ସ, ପୁଣି ବୁହା ହେଲେ ଗର୍ଭବତୀ - ଅଧବାଟରେ ଅଟକିଲା ଆମ୍ବୁଲାନ୍ସ

ରାସ୍ତା ନଥିବାରୁ ଗାଁକୁ ଆସିପାରିଲା ନାହଁ ଆମ୍ବୁଲାନ୍ସ । ଫଳରେ ପୁଣି ଥରେ ଜିଲ୍ଲାରେ ଜଣେ ଗର୍ଭବତୀଙ୍କୁ ଖଟିଆରେ ବୁହା ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Jul 19, 2019, 11:41 AM IST

ମାଲକାନଗିରି: ଜିଲ୍ଲାରେ ପୁଣି ଥରେ ଜଣେ ଗର୍ଭବତୀଙ୍କୁ ଖଟିଆରେ ବୁହା ହୋଇଥିବାର ଦେଖିବାକୁ ମିଳିଛି । ରାସ୍ତା ନଥିବାରୁ ଅଧା ବାଟରେ ଆମ୍ବୁଲାନ୍ସ ଅଟକି ରହିଥିବା ବେଳେ ଜଙ୍ଗଲି ରାସ୍ତା ଓ ନାଳନର୍ଦ୍ଦମା ପାର ହୋଇ ମହିଳାଙ୍କୁ କାନ୍ଧରେ ବୋହି ଅଣାଯାଇଥିଲା ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସୂଚନାଯୋଗ୍ୟ, ମାଥିଲି ବ୍ଲକ ଅନ୍ତର୍ଗତ ବେଙ୍ଗପାଣି ଗାଁର ଜଣେ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ଅନୁଭବ ହେବା ପରେ 108 ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ପରିବାର ଲୋକେ। ଆମ୍ବୁଲାନ୍ସ ଆସିଥିଲା, ହେଲେ ରାସ୍ତା ନଥିବାକୁ ଅଧବାଟରେ ଅଟକି ରହିଥିଲା ଗାଡି । ଏହାପରେ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟ କିରନ ରାଓ ମହିଳାଙ୍କୁ ଆଣିବାକୁ ଗାଁକୁ ଚାଲି ଚାଲି ଯାଇଥିଲେ । ଗର୍ଭବତୀଙ୍କ ସ୍ବାମୀ ମଙ୍ଗଳା ଓ ଆଟେଣ୍ଡାଣ୍ଟ ରାଓ ଉଭୟେ ଖଟିଆ ସହାୟତାରେ ଗାଁରୁ ବୋହି ଆଣିଥିଲେ । ପ୍ରାୟ 1 କିମି ଜଙ୍ଗଲି ରାସ୍ତା ସହ ନାଳ ପାରି ହୋଇ ମହିଳାଙ୍କୁ କାନ୍ଧରେ ବୋହି ଆଣିଥିଲେ । ବର୍ତ୍ତମାନ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଛି ।

ଜିଲ୍ଲାରେ ନିତି ଦିନିଆ ଖବର ପାଲଟିଛି ଗର୍ଭବତୀଙ୍କୁ ଖଟିଆରେ ବୁହାହେବା ଘଟଣା । ରାସ୍ତା ନଥିବାର ଗାଁକୁ ଆମ୍ବୁଲାନ୍ସ ଆସି ପାରୁନଥିବା ବେଳେ ବାରମ୍ବାର ବୁହା ହେଉଥିବାର ଅଭିଯୋଗ ହେଉଛି । ଏ ସବୁ ସତ୍ତ୍ବେ କିନ୍ତୁ ମାଓ ଇଲାକାରେ ପହଞ୍ଚି ପାରୁନି ମୌଳିକ ସୁବିଧା । କେତେ ଦିନ ଧରି ଗର୍ଭବତୀ ଏଭଳି ଯନ୍ତ୍ରଣାରେ ଛଟପଟ ହେଉଥିବେ ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି ।


ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details