ମାଲକାନଗିରି: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ଥମିନଥିବା ବେଳେ ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗ୍ରାମ ଉପରେ ପୁଣି ଲୋଲୁପ ଦୃଷ୍ଟି ପକାଇଛି । ଓଡିଶା ସରକାରଙ୍କ ଅବହେଳାର ସୁଯୋଗ ନେଇ ନାନା ସୁବିଧା ଆନ୍ଧ୍ର ସରକାର ସୁବିଧା ଯୋଗାଉଥିବା ଦେଖିବାକୁ ମିଳୁଛି । ତେବେ କୋଟିଆ ଭଳି ଧୂଳିପୁଟ ପଞ୍ଚାୟତରେ ଏଭଳି ସମସ୍ୟା ନ ଉପୁଜିବା ଲାଗି ରାଜ୍ୟ ସରକାର ଦୃଷ୍ଟି ଦିଅନ୍ତୁ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।
କୋରାପୁଟ ଜିଲ୍ଲାର କୋଟିଆରେ ଆନ୍ଧ୍ର ସରକାର ଜୋର ଜବରଦସ୍ତ ଧସେଇ ପଶିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି । ତେବେ ଜୁମଡାଙ୍ଗ ଗ୍ରାମରେ ରାଜ୍ୟ ସରକାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଇବାରେ ଅବହେଳା କରୁଥିବାରୁ ଗ୍ରାମବାସୀ ଆନ୍ଧ୍ର ଭୋଟ ପର୍ଯ୍ୟାୟରେ ଭାଗ ନେବାକୁ ଆଶାୟୀ ରହିଛନ୍ତି । ଆନ୍ଧ୍ର ସରକାର ଜୁମଡାଙ୍ଗବାସୀଙ୍କୁ ସହାୟତା ଯୋଗାଇ ଦେଇ ନିଜ ଆଡକୁ ଆକର୍ଷିତ କରୁଛନ୍ତି । ଆନ୍ଧ୍ର ସରକାର ପ୍ରଥମେ ଗ୍ରାମବାସୀଙ୍କ ନିମନ୍ତେ ପାନୀୟ ଜଳ, ତାପରେ ଆଲୋକ ସଂଯୋଗୀକରଣ, ଶିକ୍ଷା ବ୍ୟବସ୍ଥା ପାଇଁ ଶିକ୍ଷକ ନିଯୁକ୍ତି, ଭୋଟର ପରିଚୟପତ୍ର , ଆଧାରକାର୍ଡ, ରାସନକାର୍ଡ ଯୋଗାଇ ଦେଇଛନ୍ତି ।