ଓଡିଶା

odisha

By

Published : Jan 1, 2022, 9:56 PM IST

Updated : Jan 2, 2022, 8:24 AM IST

ETV Bharat / state

ମାନବିକତା ଦେଖାଇଲେ ଅତିରିକ୍ତ ତହସିଲଦାର

ମାନବିକତା ଦେଖାଇଲେ ମାଲକାନଗିରି ଅତିରିକ୍ତ ତହସିଲଦାର ଜଗଦିଶ କାରତାମି । ଅସହାୟ ମହିଳାଙ୍କୁ ଉଦ୍ଧାର କରି ପଠାଇଲେ ହସ୍ପିଟାଲ । ଅଧିକ ପଢନ୍ତୁ

ମାନବିକତା ଦେଖାଇଲେ ଅତିରିକ୍ତ ତହସିଲଦାର
ମାନବିକତା ଦେଖାଇଲେ ଅତିରିକ୍ତ ତହସିଲଦାର

ମାଲକାନଗିରି: ମାନବିକତା ଦେଖାଇଲେ ମାଲକାନଗିରି ଅତିରିକ୍ତ ତହସିଲଦାର ଜଗଦିଶ କାରତାମି । ଅସହାୟ ମହିଳାଙ୍କୁ ଉଦ୍ଧାର କରି ପଠାଇଲେ ହସ୍ପିଟାଲ ।

ମାନବିକତା ଦେଖାଇଲେ ଅତିରିକ୍ତ ତହସିଲଦାର

ଘଟଣାଟି ଏମିତି । ଆଜି (ଶନିବାର) ସକାଳ ପ୍ରାୟ ନ’ ଟା ସମୟରୁ ଏକ ମହିଳା ସଂଧ୍ୟା ପାଞ୍ଚ’ ଟା ଯାଏଁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଗେଟ ନିକଟରେ ଶୋଇ ରହିଥିଲେ। ନୂଆ ବର୍ଷ ଥିବାରୁ ଉପ-ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କାର୍ଯ୍ୟାଳୟକୁ ବହୁ ଅଧିକାରୀ ଓ କର୍ମଚାରୀ ଯିବା ଆସିବା କରୁଥିଲେ ମଧ୍ୟ ଶୋଇ ରହିଥିବା ଅସହାୟ ମହିଳାଙ୍କ ଉପରେ କାହାରି ନଜର ପଡିନଥିଲା ।

ତେବେ ସଂଧ୍ୟା 5 ଟା ସମୟରେ ଅତିରିକ୍ତ ତହସିଲଦାର ଜଗଦିଶ କାରତାମି କିଛି କାମରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସୁଥିବା ବେଳେ ହଠାତ ମହିଳାଙ୍କୁ ଦେଖି ତାଙ୍କ ପାଖକୁ ଯାଇଥିଲେ । ମହିଳା ଜଣଙ୍କ ଅସୁସ୍ଥ ଥିବା ଜାଣିବା ପରେ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ମହିଳାଙ୍କୁ ଏକ ଅଟୋ ଦ୍ବାରା ହସପିଟାଲ ପହଞ୍ଚାଇଥିଲେ ।

ତେବେ ସେହି ମହିଳା ଜଣକ ସ୍ଥାନୀୟ ତଳସାହିର ବୋଲି ଜଣାପଡିଛି । ହେଲେ ତାଙ୍କର ନିଜର ବୋଲି କେହି ନାହାଁନ୍ତି । ଅତିରିକ୍ତ ତହସିଲଦାର ଜଗଦିଶ କାରତାମିଙ୍କ ଏପରି ମାନବୀୟ କାର୍ଯ୍ୟକୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

Last Updated : Jan 2, 2022, 8:24 AM IST

For All Latest Updates

ABOUT THE AUTHOR

...view details