ମାଲକାନଗିରି:ଗୋବିନ୍ଦପାଲି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ସବାରି ଗାଡି । ୧୪ ଜଣ ଆହାତ ଥିବା ବେଳେ ୫ଜଣ ଗୁରୁତର ହୋଇଥିବା ସୂଚନା । ଗାଡିଟି ଜାନବାଇରୁ ଗୁପ୍ତେଶ୍ବର ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜି ସକାଳୁ ଚିତ୍ରକୋଣ୍ଡା ଯାନବାଇର ପୁରୁଲୁବନ୍ଧାରୁ ଗୁପ୍ତେଶ୍ଵର ଦର୍ଶନ ପାଇଁ ଏକ ସାବରି ଗାଡିରେ ଯାତ୍ରୀମାନେ ବାହାରିଥିଲେ ।
ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ସବାରି ଗାଡି, ୧୪ ଆହତ ୫ ଗୁରୁତର
ମାଲକାନଗିରି ଗୋବିନ୍ଦପାଲି ଘାଟିରେ ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ସବାରି ଗାଡି । ୧୪ ଜଣ ଆହାତ ଥିବା ବେଳେ ୫ଜଣ ଗୁରୁତର । ଅଧିକ ପଢନ୍ତୁ
ଭାରସାମ୍ୟ ହରାଇ କଲଭର୍ଟରେ ପିଟିହେଲା ସବାରି ଗାଡି, ୧୪ ଆହତ ୫ ଗୁରୁତର
ହଠାତ ଗୋବିନ୍ଦାପଲ୍ଲୀ ଘାଟି କଷିଗାର୍ଡ ପାଖରେ ଭାରସାମ୍ୟ ହରାଇ ସବାରି ଗାଡିଟି କଲଭଟରେ ପିଟିହୋଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ BSF ଯବାନଙ୍କ ସହାୟତାରେ ସମସ୍ତ ଆହତଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଖବର ପାଇ ମାଥିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଗାଡିଟିକୁ ଜବତ କରିବା ସହିତ ଅଧିକ ତଦନ୍ତ ଚଳାଇଛି ।
ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ