ମାଲକାନଗିରି: କାଲିମେଳା ଥାନା ଅନ୍ତର୍ଗତ ଏମ.ପି.ଭି ୩୩ର ଜଣେ ମହିଳାଙ୍କୁ ସାପ କାମୁଡ଼ିବାର ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ଏମ.ପି.ଭି ୩୩ ଗ୍ରାମର ଗୌତମ ବୈରାଗୀଙ୍କ ସ୍ତ୍ରୀ ଅନିକା ବୈରାଗୀ । ଅନିକା ସକାଳୁ ଉଠି କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ସେଠାରେ ତାଙ୍କୁ ସାପ କାମୁଡ଼ି ଥିଲା । ଏନେଇ ଘରେ ଆସି ସାପ କାମୁଡିବା କଥା ପରିବାର ଲୋକଙ୍କୁ କହିଥିଲେ। ତାପରେ ପରିବାର ଲୋକ ତାଙ୍କୁ ସାଙ୍ଗେ ସାଙ୍ଗେ ମେଡିକାଲ ନେଇଯାଇଥିଲେ । ହେଲେ ଅନିକାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ମାଲକାନଗିରି ସ୍ଥିତ ହେଡକ୍ୱାଟର୍ସକୁ ରେଫର କରାଯାଇଥିଲା ।
କେନ୍ଦୁପତ୍ର ତୋଳୁଥିଲେ କାମୁଡି ଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ - କାଲିମେଳାରେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ
କେନ୍ଦୁପତ୍ର ତୋଳିବା ହେଲା କାଳ । ଗୋଡ଼କୁ ସାପ କାମୁଡ଼ି ଦେବାରୁ ମହିଳାଙ୍କର ମୃତ୍ୟୁ । ଅଧିକ ପଢ଼ନ୍ତୁ
କେନ୍ଦୁପତ୍ର ତୋଳୁଥିବା ବେଳେ କାମୁଡ଼ି ଦେଲା ସାପ, ମହିଳା ମୃତ
ପରିବାର ଲୋକେ ମାଲକାନଗିରି ମେଡିକାଲ ନେବା ସମୟରେ ରାସ୍ତାରେ ମହିଳା ଜଣଙ୍କର ମୃତ୍ୟୁ ଘଟିଥିଲା । ଅନିକା ବୈରାଗୀ ଅତି ଗରିବ ଶ୍ରେଣୀର ମହିଳା ଓ ତାଙ୍କର ଛୋଟ ଛୋଟ ଦୁଇଟି ପୁଅ ଅଛନ୍ତି । ଏହି ଛୋଟ ଛୋଟ ପିଲା ଦୁଇଟିକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଖବରପାଇ ଘଟଣାସ୍ଥଳରେ କୋଇମେଟଲା ସରପଞ୍ଚ ମୁନ୍ନା ପଡ଼ିଆମି ଯାଇ ପରିବାରକୁ ସମବେଦନା ଜଣାଇବା ସହିତ ହରିଶଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ