ଓଡିଶା

odisha

ETV Bharat / state

ବର୍ଜ୍ୟବସ୍ତୁରେ ସୁସଜ୍ଜିତ ଶ୍ମଶାନ, ଦେଖିବାକୁ ଲାଗୁଛି ଭିଡ - Burial ground man Bandhu Nayak

ଅସହାୟ ଗରିବ ଲୋକଙ୍କ ଲାଗି ସରକାରଙ୍କ ଅନେକ ଯୋଜନା ରହିଛି । ହେଲେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ପାଇଁ ସେସବୁ ଯୋଜନା ଯେମିତି ବାଟ ମାରଣା ହୋଇଯାଇଛି । ଏହାର ଉଦାହରଣ ଦେଖିବାକୁ ମିଳିଛି ମାଥିଲି ଅଞ୍ଚଳରେ । ଏଠାରେ ବନ୍ଧୁ ନାୟକ ନାମକ ଜଣେ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇବା ପରେ ତାଙ୍କୁ ଗାଁରୁ ବାସନ୍ଦ କରାଯାଥିଲା । ସେହି ଦିନପରଠୁ ସେ ଗାଁ ମଶାଣିକୁ ନିଜ ଘର ଭାବି ବାସ କରୁଛନ୍ତି  । କେବଳ ସେତିକି ନୁହେଁ ମଶାଣିକୁ ସୁନ୍ଦର ଭାବେ ପ୍ଲାଷ୍ଟିକ ସାହାଯ୍ୟରେ ସଜାଇଛନ୍ତି । ପଢନ୍ତୁ ଇଟିଭି ଭାରତର ବିଶେଷ ରିପୋର୍ଟ....

Burial ground man Bandhu Nayak
ମଶାଣିର ମଣିଷ ବନ୍ଧୁ ନାୟକ...

By

Published : Jan 16, 2020, 11:57 AM IST

ମାଲକାନଗିରି: ବାଟରେ ଚାଲିବା ସମୟରେ କ୍ଷଣିକ ପାଇଁ ଅଟକିଯାଏ ପାଦ, ଝଲସିଯାଏ ଆଖି । ଦୂରରୁ ମନ୍ଦିର ପାର୍କର ଭ୍ରମ ସୃଷ୍ଟି କରୁଥିବା ଏହି ସୁନ୍ଦର ସ୍ଥାନଟି ବାସ୍ତବରେ ଗାଁ ମଶାଣି । ମଶାଣିକୁ ଦର୍ଶନୀୟ ସ୍ଥାନରେ ପରିଣତ କରିଥିବା ସେହି ଆଦିବାସୀ ବ୍ୟକ୍ତି ଜଣକ ହେଲେ ମାଲକାନଗିରି ଜିଲ୍ଲା ମାଥିଲିର ବନ୍ଧୁ ନାୟକ । ଦିନେ ନିଜ ହାତରେ ଅନେକ କାଠ ସାମଗ୍ରୀ ତିଆରି କରି ଜିଲ୍ଲାରେ ବେଶ ସୁନାମ ଅର୍ଜନ କରିଥିଲେ ବନ୍ଧୁ ନାୟକ । ଲୋକେ ନିଜ ଘରର ଖଟ, ପଲଙ୍କ ଓ ଡ୍ରେସିଙ୍ଗ ଟେବୁଲ ତିଆରି କରିବା ଲାଗି ବନ୍ଧୁଙ୍କୁ ଖୋଜୁଥିଲେ । ହେଲେ ହଠାତ ସେ ନିଜର ମାନସୀକ ଭାରସାମ୍ୟ ହରାଇ ବସିଲେ । ଲୋକଙ୍କୁ କେବଳ ସମାଜର ମଙ୍ଗଳ ପାଇଁ ବାର୍ତ୍ତା ଦେବା ଆରମ୍ଭ କଲେ । ହେଲେ ତାଙ୍କୁ ପାଗଳ ବୋଲି କହି ଗାଁ ଲୋକେ ଗାଁରୁ ବାସନ୍ଦ କରିଦେଲେ । ଶେଷରେ ଗାଁ ମଶାଣିକୁ ନିଜର ବାସସ୍ଥାନ ବୋଲି ଭାବି ନେଲେ ବନ୍ଧୁ ଏବଂ ସେବେଠାରୁ ଏଠାରେ ହିଁ ରହି ଆସୁଛନ୍ତି ସେ ।

ମଶାଣିର ମଣିଷ ବନ୍ଧୁ ନାୟକ


ମଶାଣିର ନାଁ ଶୁଣିଲେ ଲୋକେ ଭୁତ ପ୍ରେତର ଭୟ କରନ୍ତି । ହେଲେ 5 ବର୍ଷ ଧରି ବନ୍ଧୁ ରହୁଥିବା ଏହି ମଶାଣିଟିକୁ ଦେଖିବା ଲାଗି ଲୋକଙ୍କ ମନରେ ଅନେକ ଆଗ୍ରହ । କାରଣ ମାଲକାନଗିରି ଠାରୁ ମାଥିଲି ମୁଖ୍ୟ ରାସ୍ତାର କଲେଜ ନିକଟରେ ଥିବା ଏହି ମଶାଣିଟିକୁ ଦୁରରୁ ଦେଖିଲେ ଲୋକେ ପ୍ରଥମେ ମନ୍ଦିର କିମ୍ବା କୌଣସି ପାର୍କ ବୋଲି ଭାବନ୍ତି । ତେବେ ପାଖକୁ ଗଲେ ଜଣାପଡେ ଏହା ଏକ ମଶାଣି । ମୃତ ଲୋକଙ୍କ ଶେଷ କ୍ରିୟା ପରେ ମଶାଣିରେ ଫିଙ୍ଗା ଯାଇଥିବା ସମସ୍ତ ପ୍ରକାର ବର୍ଜ୍ୟ ବସ୍ତକୁ ସଜାଇ ଏହାକୁ ଏକ ଭିନ୍ନ ରୁପ ଦେଇଛନ୍ତି ବନ୍ଧୁ ନାୟକ । ଛତା ଓ ଜୋତା ଠାରୁ ଆରମ୍ଭ କରି ଜାମା କପଡା ଓ ରେଡିଓ ଟିଭି ସହ ପ୍ଲାଷ୍ଟିକ ଜିନିଷକୁ ଏମିତି ଭାବେ ସଜାଇଛନ୍ତି, ଯାହାକୁ ଦେଖିଲେ ଳୋକଙ୍କ ମନ ଖୁସିରେ ଭରି ଯାଉଛି । ବର୍ଜ୍ୟବସ୍ତୁକୁ ନେଇ ଅନେକ ଖେଳନା ତିଆରି କରି ସେଠାରେ ଝୁଲାଇଛନ୍ତି ବନ୍ଧୁ ।

ହେଲେ ଲୋକଙ୍କୁ ବାର୍ତ୍ତା ଦେଉଥିବା ଏହି ମଣିଷ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଜାଗାଟିଏ ନଥିବା ବେଳେ ତାଙ୍କୁ ଘରଟିଏ ଦେବା ଲାଗି ପ୍ରତିଶୃତି ଦେଇଛନ୍ତି ସ୍ତାନୀୟ ବିଧାୟକ । ଗାଁ ମଶାଣିକୁ ଏକ ଭିନ୍ନ ରୁପ ଦେଇଥିବା ବନ୍ଧୁ ନାୟକ ଏବେ ସମସ୍ତଙ୍କ ବନ୍ଧୁ ପାଲଟିଛନ୍ତି । ପ୍ଲାଷ୍ଟିକକୁ ପୁନଃ ବ୍ୟବାହର କରି ଲୋକଙ୍କୁ ଅନେକ ବାର୍ତ୍ତା ଦେଇଛନ୍ତି ବନ୍ଦୁ ନାୟକ ।


ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details