ଓଡିଶା

odisha

ETV Bharat / state

ମାଲକାନଗିରି ଘରୋଇ କ୍ଲିନିକରେ ଚଢ଼ାଉ, ମାଲିକ ସହ ଦଲାଲ ଗିରଫ - ଘରୋଇ କ୍ଲିନିକରେ ସରକାରଙ୍କ ମାଗଣା ପରୀକ୍ଷା

ନିଜ କ୍ଲିନିକରେ ମାଗଣା ପରୀକ୍ଷା କରାଇ ଅନେକ ନିରୀହ ଗରିବ ରୋଗୀଙ୍କ ଠାରୁ ପ୍ରଚୁର ଅର୍ଥ ଲୁଟୁଥିବା ଅଭିଯୋଗରେ ପୋଲିସ ଗିରଫ କରିଛି ଘରୋଇ କ୍ଲିନିକର ମାଲିକ ଓ ଦଲାଲଙ୍କୁ ।

ଘରୋଇ କ୍ଲିନିକ ମାଲିକ ସହ ଦଲାଲ ଗିରଫ

By

Published : Oct 17, 2019, 12:53 PM IST

ମାଲକାନଗିରି: ଘରୋଇ କ୍ଲିନିକ ଉପରେ ମାଲକାନଗିରି ପୋଲିସ ଚଢାଉ କରି 2 ଜଣଙ୍କୁ ଗିରଫ କରିଛି । ନିଜ ଘରୋଇ କ୍ଲିନିକରେ ସରକାରଙ୍କ ମାଗଣା ପରୀକ୍ଷା କରାଇ ଅନେକ ଗରିବ ନିରୀହ ରୋଗୀଙ୍କ ଠାରୁ ପ୍ରଚୁର ଅର୍ଥ ଲୁଟୁଥିବା ଅଭିଯୋଗରେ ପୋଲିସ ଏମାନଙ୍କୁ ଗିରଫ କରିଛି ।

ଏହି ଚଢାଉ ସମୟରେ କ୍ଲିନିକ ମାଲିକ ବସନ୍ତ ସାହୁ ଓ ଦିବ୍ୟପ୍ରକାଶ ମିଶ୍ର ନାମକ କର୍ମଚାରୀଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ । ଏମାନେ ରୋଗୀଙ୍କ ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ମିଳୁଥିବା ମାଗଣା ସେବା ଏବଂ ପରୀକ୍ଷା ଗୁଡିକୁ ନିଜ କ୍ଲିନିକରେ କରାଇବା ବାହାନାରେ ରୋଗୀଙ୍କ ଠାରୁ ପ୍ରଚୁର ଅର୍ଥ ହଡପ କରୁଥିଲେ ।

ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ବରାଳ ଡାଇଗ୍ନୋସିସ ନାମକ ଏହି ଘରୋଇ କ୍ଲିନିକରେ ଦୀର୍ଘଦିନ ହେବ ଏଭଳି ରୋଗୀଙ୍କୁ ଠକି ଆସୁଥିଲେ । ଏନେଇ ଖବର ପାଇବା ପରେ ମାଲକାନଗିରି ପୋଲିସ ପକ୍ଷରୁ ଚଢାଉ କରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details