ମାଲକାନଗିରି: 12 ଫୁଟର ଅହିରାଜ ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ । ସାପଟିର ଓଜନ ହାରାହାରି 20 କେଜି ହବ। ସାପକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଲୋକ ଭୟଭିତ ହୋଇପଡିଛନ୍ତି । ସୂଚନା ଅନୁସାରେ, ମାଲକାନଗିରି ତାଟିଗୁଡା ଗ୍ରାମର ଜଣଙ୍କ ଘର ପଛ ପଟେ ଥିବା ପୋଖରୀରେ ସାପ ପଶି ଯାଇଥିଲା l ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଖବର ଦେଇ ଦିଆଯାଇଥିଲା । ସ୍ନେକ ହେଲ୍ପଲାଇନ ଟିମ ଘଟଣାସ୍ଥଳରେ ପହଞ୍ଚି ଅହିରାଜଟିକୁ ଉଦ୍ଧାର କରିଥିଲେ।
12 ଫୁଟର ଅହିରାଜ ସାପ ଉଦ୍ଧାର - 12 ଫୁଟର ଅହିରାଜ ସାପ ଉଦ୍ଧାର
12 ଫୁଟର ଅହିରାଜ ସାପ ଉଦ୍ଧାର । ସାପଟିର ଓଜନ ହାରାହାରି 20 କେଜି ହେବ । ଅଧିକ ପଢନ୍ତୁ....
12 ଫୁଟର ଅହିରାଜ ସାପ ଉଦ୍ଧାର
ସ୍ନେକ ହେଲ୍ପଲାଇନ ସଦସ୍ୟ ଏକ ଘଣ୍ଟାର ପରିଶ୍ରମ ପରେ ଅତି କୌଶଳକ୍ରମେ ସାପକୁ ଉଦ୍ଧାର କରିଥିଲେ l ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ତାପମାତ୍ରା ସ୍ତର ପ୍ରାୟ 40 ଡିଗ୍ରୀରୁ ଅଧିକ ରହିଛି l ଏହି ଗରମ କାରଣରୁ ସାପ ଜଙ୍ଗଲ ନ ରହି ଜନବସିତ ଆଡକୁ ଆସିଥିବା କିମ୍ବା ଖାଦ୍ୟ ନ ପାଇଁ ପଳେଇ ଆସିଥିବା ମାଲକାନଗିରି ବନଖଣ୍ଡ ଅଧିକାରୀ କହିଛନ୍ତି l ଉଦ୍ଧାର ହୋଇଥିବା ସାପଟିକୁ ପ୍ରାଥମିକ ଚିକିତ୍ସା ପରେ ଜଙ୍ଗଲରେ ଛଡ଼ାଯିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ