ଓଡିଶା

odisha

ETV Bharat / state

ନୂଆବର୍ଷ ପୂର୍ବରୁ ସ୍ବାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ

ସ୍ବାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ସୁରକ୍ଷାକର୍ମୀଙ୍କ କୁମ୍ବିଂ ଅପରେସନ ବେଳେ ଜବତ ହେଲା ଏହି ସାମଗ୍ରୀ । ଅଧିକ ପଢନ୍ତୁ

ସ୍ବାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ
ସ୍ବାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ

By

Published : Dec 31, 2021, 4:09 PM IST

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ଯନ୍ତ୍ରୀ ଗ୍ରାମପଞ୍ଚାୟତର ଟାବେରୁ ଅଞ୍ଚଳରୁ ଏହି ସାମଗ୍ରୀ ଜବତ ହୋଇଛି । ସୁରକ୍ଷାକର୍ମୀଙ୍କ କୁମ୍ବିଂ ଅପରେସନ ସମୟରେ ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଏହାମଧ୍ୟରେ 8ଟି ଆଇଡ଼ି, ମେଡ଼ିସିନ ଏବଂ ଅନେକ ମାଓ ସାମଗ୍ରୀ ରହିଛି । ମାଲକାନଗିରି ଏସଡିପିଓ(SDPO) ଏନେଇ ସୂଚନା ଦେଇଛନ୍ତି ।

ସ୍ବାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ

ଯବାନ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରି ନକ୍ସଲ ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଏଠାରେ ରଖିଥିବା ଏସଡିପିଓ କହିଛନ୍ତି । ଆଗାମୀ ଦିନରେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ଅପରେସନ ଜାରି ରହିବ ବୋଲି କୁହାଯାଇଛି ।

ମାଲକାନଗିରିରୁ ପଞ୍ଚାନନ ଦାସ, ଇଟିଭି ଭାରତ

ABOUT THE AUTHOR

...view details