ଓଡିଶା

odisha

By

Published : Aug 1, 2021, 9:32 PM IST

ETV Bharat / state

କୁକୁଡା ଘରୁ ଉଦ୍ଧାର ହେଲା ୯ ଫୁଟ ଲମ୍ବର ଅଜଗର

9 ଫୁଟର ବିରାଟ ଅଜଗରକୁ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନର ସଦସ୍ୟ । ସାପଟିର ପ୍ରାଥମିକ ଚିକିତ୍ସା ପରେ ଜଙ୍ଗଲରେ ଛାଡି ଦିଆଯିବା ନେଇ ମାଲକାନଗିରି ବନାଞ୍ଚଳ ଅଧିକାରୀଙ୍କ ସୂଚନା । ଅଧିକ ପଢନ୍ତୁ...

କୁକୁଡା ଘରୁ ଉଦ୍ଧାର ହେଲା ୯ ଫୁଟ ଲମ୍ବର ଅଜଗର
କୁକୁଡା ଘରୁ ଉଦ୍ଧାର ହେଲା ୯ ଫୁଟ ଲମ୍ବର ଅଜଗର

ମାଲକାନଗିରି: 9 ଫୁଟର ଏକ ବିରାଟ ଅଜଗର ଉଦ୍ଧାର । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ସିଙ୍ଘରାଜକୋଣ୍ଡା ଗ୍ରାମର ଏକ କୁକୁଡା ଘରୁ 9 ଫୁଟର ଅଜଗର ସାପକୁ ସ୍ନେକ ହେଲ୍ପ ଲାଇନର ସଦସ୍ୟ ଉଦ୍ଧାର କରିଛନ୍ତି । ସାପଟିର ଓଜନ ପାଖାପାଖି 15 କେଜି ହେବ ।

କୁକୁଡା ଘରୁ ଉଦ୍ଧାର ହେଲା ୯ ଫୁଟ ଲମ୍ବର ଅଜଗର

ସୂଚନାନୁସାରେ ମାଲକାନଗିରି ଜିଲ୍ଲା ସିଙ୍ଗ ରାଜକୋଣ୍ଡା ଗ୍ରାମରେ ଥିବା ଏକ କୁକୁଡା ଘରକୁ ଖାଦ୍ୟ ପାଇଁ ପଶିଯାଇ ଶିକାର କରୁଥିବା ବେଳେ ଗ୍ରାମବାସୀ ସ୍ନେକ ହେଲ୍ପ ଲାଇନ ସହ ଯୋଗାଯୋଗ କରିଥିଲେ ।

ଘଟଣାସ୍ଥଳରେ ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ପହଞ୍ଚି ୯ ଫୁଟର ଏକ ବିରାଟ ଅଜଗର ସାପକୁ ଉଦ୍ଧାର କରି ସାପଟିକୁ ପ୍ରାଥମିକ ଚିକିତ୍ସା କରିବା ପରେ ଜଙ୍ଗଲରେ ଛାଡି ଦିଆଯିବ ବୋଲି ମାଲକାନଗିରି ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ABOUT THE AUTHOR

...view details