ଓଡିଶା

odisha

ETV Bharat / state

ଅଜଣା ରୋଗରେ ବନ୍ଧା ଶିବା, ଅର୍ଥ ସାଜିଛି ବାଧକ - survive

ମାଲକାନଗିରି ଜିଲ୍ଲା ମାରକେଲଗୁଡା ଗ୍ରାମରେ ଜଣେ ତିନି ବର୍ଷର ଶିଶୁ ଜନ୍ମରୁ ହିଁ ଅଜଣା ରୋଗରେ ପୀଡିତ ଅଛି । କିନ୍ତୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Jun 28, 2019, 10:17 PM IST

ମାଲକାନଗିରି: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଖେଳକୁଦ ବୟସରେ ଯନ୍ତ୍ରଣା ଭୋଗୁଛି ତିନି ବର୍ଷର ଶିଶୁ । ହେଲେ ପରିବାରର ଦାରିଦ୍ରତା ଆଗରେ ସବୁ ହାର ମାନିଛି । ଗୋଟିଏ ପଟେ ଅର୍ଥ ଅଭାବ ଦାଉ ସାଧୁଥିବା ବେଳେ ଅନ୍ୟପଟେ ପୁଅର ରୋଗ ମା-ବାପାର ଚିନ୍ତାକୁ ଦ୍ବିଗୁଣିତ କରିଛି । ଏଭଳି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ମାରକେଲଗୁଡା ଗ୍ରାମରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସୂଚନା ମୁତାବକ, ଗ୍ରାମର ଭୀମା ମାଡକାମୀ ଓ ଦେବେ ମାଡକାମୀଙ୍କ ପୁଅ ଶିବା ଜନ୍ମରୁ ହିଁ ଅଜଣା ରୋଗରେ ପୀଡିତ । ଗୋଡ ଓ ହାତର ଆଙ୍ଗୁଠି ଅସ୍ଵାଭିକ ଭାବେ ଧୀରେ ଧୀରେ ଛିଣ୍ଡିବାରେ ଲାଗୁଛି । ସେପଟେ ଆଣ୍ଠୁର କ୍ଷତ ଶୁଖିବାର ନାଁ ଧରୁନି । ଶରୀର ସାରା ଧଳା ଧଳା ଚିହ୍ନ । ଜନ୍ମରୁ ଏଭଳି ଅବସ୍ଥା ଭୋଗୁଛି ଶିବା । ପୁଅର ଏଭଳି ଅବସ୍ଥା ଦେଖି ଭାଙ୍ଗିପଡିଛନ୍ତି ବାପା-ମା । ବହୁ ଆଶା ନେଇ ସେମାନେ ପୁଅକୁ ନେଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । କିନ୍ତୁ ଶିବାକୁ ବଡ ଡାକ୍ତରଖାନା ନେବାକୁ ମାଲକାନଗିରି ଡାକ୍ତର ପରାମର୍ଶ ଦେଇଛନ୍ତି । ହେଲେ ଖଟିଖିଆ ପରିବାର ଚିକିତ୍ସା ପାଇଁ ଏତେ ଟଙ୍କା ଆଣିବେ ବା କେଉଁଠୁ । ନିରୂପାୟ ହୋଇ ପୁଅକୁ ଘରେ ରଖିଛନ୍ତି ବାପା-ମା । ତେବେ ଚିକିତ୍ସା ପାଇଁ ସରକାରୀ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଲୋଡିଛନ୍ତି ଶିବାଙ୍କ ପରିବାର ଲୋକେ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳା ଓ ଶିଶୁଙ୍କ ପାଇଁ ମାଗଣା ଚିକିତ୍ସାର ବହୁ ଯୋଜନା ଥିବା ସତ୍ତ୍ବେ ଶିବା ପାଖକୁ ପହଞ୍ଚି ପାରିନି କୌଣସି ସହାୟତା । ତେବେ ଏନେଇ ଆମ ସମ୍ବାଦଦାତା ମାଲକାନଗିରି ସି.ଡି.ଏମ.ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ସୁବିଧା ଶିବାଙ୍କୁ ଯୋଗାଇ ଦିଆଯିବ ବୋଲି ମାଲକାନଗିରି ମୁଖ୍ୟ ଚିକିତ୍ସାଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details