ମାଲକାନଗିରି: ଆବାସିକ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ । ନବରଙ୍ଗପୁର ଆବାସିକ ବିଦ୍ୟାଳୟରେ ପଢୁଥିବା ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକେ । ଖବର ପାଇ ଶିଶୁ ମଙ୍ଗଳ ଅଧିକାରୀ ପହଞ୍ଚି ନାବାଳିକାକୁ କାଉନସିଲିଂ ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି ।
ସୂଚନା ଅନୁସାରେ, କୁଡୁମୁଲୁଗୁମ୍ମା ଅଞ୍ଚଳର ଜଣେ ଆଦିବାସୀ ଝିଅ ନବରଙ୍ଗପୁର ତାରାଗାଁ ଆବାସିକ ବାଳିକା ବିଦ୍ୟାଳୟରେ 9ମ ଶ୍ରେଣୀରେ ପାଠ ପଢୁଥିଲେ । ସେ ଗର୍ଭବତୀ ହୋଇଥିବା ଜାଣିବା ପରେ ବିଦ୍ୟାଳୟର କର୍ତ୍ତୃପକ୍ଷ ନାବାଳିକାକୁ ଘରକୁ ପଠାଇ ଦେଇଥିଲେ ।