ମାନକାନଗିରି: କ୍ରୀଡା କ୍ଷେତ୍ରରେ ଆଗଉଛି ଓଡିଶା । ଆଗକୁ ଓଡିଶା ହକି ହବ ଭାବେ ପରିଚିତ ହେବାକୁ ଯାଉଛି । ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଖେଳାଳିମାନେ ନିଜର ଉନ୍ନତମାନର ଖେଳ ପ୍ରଦର୍ଶନ କରି ପ୍ରମାଣିତ କରିଛନ୍ତି ଯେ ସେମାନେ ବି କିଛି କମ ନୁହନ୍ତି । ଭାରତୀୟ ହକି ଦଳରେ ଦୁଇ ଓଡିଆ ଖେଳାଳି ରାଜ୍ୟବାସୀଙ୍କୁ ଆହୁରି ଗର୍ବିତ କରିଛନ୍ତି । ଗ୍ରାମାଞ୍ଚଳରେ କ୍ରୀଡାବିତଙ୍କ ବିକାଶ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର ।
ସାରା ଦେଶରେ ଓଡିଶା କ୍ରୀଡା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇଛି । ଗ୍ରାମାଞ୍ଚଳରେ ଯେମିତି କ୍ରୀଡାବିତମାନଙ୍କ ପ୍ରତିଭା ଲୁଚି ନଯାଉ ସେ ନେଇ ଉଦ୍ୟମ କରିଛନ୍ତି ରାଜ୍ୟ ସରକାର । ଏନେଇ ପୌରାଞ୍ଚଳକୁ ମିନି ଷ୍ଟାଡିୟମରେ ପରିଣତ କରିବାକୁ ମାଲକାନଗିରିକୁ 9 କୋଟି 55 ଲକ୍ଷ ଅନୁଦାନ ରାଶି ଘୋଷଣା କରିଛନ୍ତି ।