ମାଲକାନଗିରି: ମାଥିଲି ଥାନା ପରିସରରେ ଥିବା ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ୮୦ତମ ମାଥିଲି ଗୁଳିକାଣ୍ଡ ଦିବସ ପାଳିତ ହୋଇଛି । ଏହି ଅବସରରେ ମାଥିଲି ପୂରୁଣା ଶହୀଦ ଭବନଠାରୁ ଏକ ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାଣ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇ ଶହୀଦ ସ୍ତମ୍ଭରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ସ୍ମୁତିଚାରଣ କରିଥିଲେ ।
ଶୋଭାଯାତ୍ରାରେ ସାଂସଦ ରମେଶ ମାଝୀ, ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାନସ ମାଡକାମୀ, ଅଧ୍ୟକ୍ଷ ମହେଶ ବାକା, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ପ୍ରମୁଖଙ୍କ ସହ ବିଭିନ୍ନ ଦଳୀୟ କର୍ମୀ ଏବଂ ଛାତ୍ରଛାତ୍ରୀ ମଶାଲ ଶୋଭାଯାତ୍ରାରେ ଭାଗନେଇଥିଲେ । ଶୋଭାଯାତ୍ରା ମାଥିଲି ଥାନା ପରିସରରେ ପହଞ୍ଚିବା ପରେ ସେଠାରେ ଥିବା ଶହୀଦ ସ୍ତମ୍ଭ ନିକଟରେ ପୋଲିସ ପକ୍ଷରୁ ସଲାମୀ ଦିଆଯାଇଥିଲା । ପରେ ସ୍ଥାନୀୟ ଲକ୍ଷ୍ମଣ ନାୟକ ଭବନରେ ଏକ ସାଧାରଣ ସଭା ଆୟୋଜନ କରିବା ସହ ଶହୀଦଙ୍କ ଦାୟାଦମାନଙ୍କୁ ସମ୍ମାନିତ କରାଯାଇଥିଲା ।