ମାଲକାନଗିରି: କୋରୋନାକୁ ମାତ ଦେଲେ 75 ବର୍ଷୀୟ ପକ୍ଷାଘାତ ପୀଡିତ ବୃଦ୍ଧା । ଏଚଏଫଏନସି ମେସିନ ସାହାଯ୍ୟରେ ସୁସ୍ଥ ହେଲେ ମାଲକାନଗିରି ସାମବାୟଗୁଡାର ସୁଶାନ୍ତ ପଣ୍ଡାଙ୍କ ମା’ ମହାଲକ୍ଷ୍ମୀ ପଣ୍ଡା।
ସୂଚନା ଅନୁସାରେ, ମହାଲକ୍ଷ୍ମୀ ପଣ୍ଡାଙ୍କୁ ବର୍ତ୍ତମାନ 75 ବର୍ଷ। ସେ ପକ୍ଷଘାତ ରୋଗରେ ପୀଡିତ ଯୋଗୁଁ ଶେଯରୁ ଉଠି ପାରୁନଥିଲେ । ଗୋଟିଏ ସ୍ଥାନରେ ପଡି ରହୁଥିଲେ। ଆଉ ନିକଟରେ ଜ୍ବର ହେବାରୁ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା। ପଜେଟିଭ୍ ଆସିବା ପରେ ତାଙ୍କୁ ଗତ 21 ତାରିଖରେ ସ୍ଥାନୀୟ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଉଚ୍ଚ ରକ୍ତଚାପ ମଧ୍ୟ ରହିଛି। ସେଠାରେ ସେ ଧିରେ ଧିରେ ଗୁରୁତର ହେବାକୁ ଲାଗିଲେ ।
ଗୋଟିଏ ପଟେ ପକ୍ଷାପାତ ଏବଂ ଅନ୍ୟପଟେ କୋରୋନାରେ ଆକ୍ରାନ୍ତ, ମହାଲକ୍ଷ୍ମୀଙ୍କୁ ମୃତ୍ୟୁ ଆଡକୁ ଟାଣି ନେଉଥିଲା। ଡାକ୍ତର ମଧ୍ୟ ଆଶା ଛାଡି ଦେଇଥିଲେ । ତାଙ୍କୁ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ହେଉଥିଲା । ଅକ୍ସିଜେନ ଦେଲେ ମଧ୍ୟ କାମ କରୁନଥିଲା। ଡାକ୍ତରମାନେ ମଧ୍ୟ କଣ କରିବେ କିଛି ଭାବି ପାରୁନଥିଲେ। ଡାକ୍ତରମାନେ ସବୁ ପ୍ରୟୋଗ କରିବା ପରେ ମଧ୍ୟ ଆଶା କ୍ଷୀଣ ରହିଥିବାରୁ ଶେଷରେ ମାଲକାନଗିରିରେ ନୂତନ ଭାବେ ଅଣାଯାଇଥିବା ଏଚଏଫଏନସି ( ହାଏ ଫ୍ଲୋ ନାଜାଲ କାନ୍ୟୁଲା ) ମେସିନକୁ ମହାଲକ୍ଷ୍ମୀ ମୁହଁରେ ଲଗାଯାଇଥିଲା।