ଓଡିଶା

odisha

ETV Bharat / state

ଚିତ୍ରକୋଣ୍ଡାରେ ବୁଡିଲା ଡଙ୍ଗା; ଜଣେ ମୃତ, ୭ ନିଖୋଜ

By

Published : May 25, 2021, 7:52 AM IST

Updated : May 25, 2021, 9:15 AM IST

ଚିତ୍ରକୋଣ୍ଡାରେ ପୁଣି ବୁଡିଲା ଡଙ୍ଗା; ଜଣେ ମୃତ, ୭ ନିଖୋଜ
ଚିତ୍ରକୋଣ୍ଡାରେ ପୁଣି ବୁଡିଲା ଡଙ୍ଗା; ଜଣେ ମୃତ, ୭ ନିଖୋଜ

07:42 May 25

ପୁଣି ଚିତ୍ରକୋଣ୍ଡାରେ ଡଙ୍ଗା ବୁଡ଼ି ୭ ନିଖୋଜ, ଜଣେ ମୃତ

ଚିତ୍ରକୋଣ୍ଡାରେ ବୁଡିଲା ଡଙ୍ଗା; ଜଣେ ମୃତ, ୭ ନିଖୋଜ

ମାଲକାନଗିରି:ଜିଲ୍ଲାର ଚିତ୍ରକୋଣ୍ଡାରେ ଅଭାବନୀୟ ଘଟଣା । ଚିତ୍ରକୋଣ୍ଡାର ବନ୍ଧଗୁଡା ନିକଟସ୍ଥ ସିଲେରୁ ନଦୀରେ ଦୁଇଟି ଡଙ୍ଗା ବୁଡି 7 ନିଖୋଜ । ଜଣେ ଶିଶୁକନ୍ୟା ମୃତ ।  

ସୂଚନାଯୋଗ୍ୟ, ଦୁଇଟି ମାଛ ଡଙ୍ଗାରେ ୧୧ ଜଣ ଆସୁଥିବାବେଳେ ପ୍ରଥମ ଡ଼ଙ୍ଗାଟି ନଦୀ ମଝିରେ ଥିବା ଖୁଣ୍ଟରେ ବାଡେଇ ହୋଇ ଓଲଟି ଯାଇଥିଲା । ପ୍ରଥମ ଡଙ୍ଗାର ଲୋକେ ଦ୍ବିତୀୟ ଡଙ୍ଗା ଉପରେ ଚଢି ଯାଇଥିଲେ । ଯାହାଦ୍ବାରା ଦ୍ଵିତୀୟ ଡଙ୍ଗାଟି ମଧ୍ୟ ଭାରସାମ୍ୟ ହରାଇ ନଦୀ ମଝିରେ ବୁଡିଯାଇଛି । ଦୁଇଟି ଡଙ୍ଗାରେ ଥିବା ୧୧ ଜଣଙ୍କ ମଧ୍ୟରୁ ତିନି ଜଣ ଜୀବିତ ଉଦ୍ଧାର ହୋଇଥିବା ବେଳେ ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଛି । ଏବେ ବି ୭ ଜଣ ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ 2 ମହିଳା ଓ 5 ଜଣ ଶିଶୁ ରହିଥିବା ସୂଚନା ମିଳିଛି । 

 ଏମାନେ ସମସ୍ତେ ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାବେଡା ପଞ୍ଚାୟତ କନ୍ଧଗୁଡା ଓ ଗୁଣ୍ଠାବେଡ଼ା ଗ୍ରାମର ବାସିନ୍ଦା ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : May 25, 2021, 9:15 AM IST

ABOUT THE AUTHOR

...view details