ଓଡିଶା

odisha

By

Published : Mar 23, 2021, 6:54 PM IST

ETV Bharat / state

ମାଲକାନଗିରିକୁ ରାଜ୍ୟ ବାହାରୁ ଆସିଲେ 7 ଦିନ ଆଇସୋଲେସନ ବାଧ୍ୟତାମୂଳକ

କୋରୋନା କଟକଣାକୁ ନେଇ ମାଲକାନଗିରି ପ୍ରଶାସନ ପୁଣି ଜାରି କଲା ଆଉ ଏକ ଆଡ଼ଭାଇଜରୀ । ଏଣିକି ରାଜ୍ୟ ବାହାରରୁ ଆସିଲେ ନୋଡାଲ ଅଫିସରଙ୍କୁ ଜଣାଇବା ସହ 7 ଦିନ ହୋମ ଆଇସୋଲେସନ ବାଧ୍ୟତାମୂଳକ କରାଯାଇଛି । ଅଧିକ ପଢନ୍ତୁ...

ମାଲକାନଗିରିକୁ ରାଜ୍ୟ ବାହାରୁ ଆସିଲେ 7 ଦିନ ଆଇସୋଲେସନ ବାଧ୍ୟତାମୂଳକ
ମାଲକାନଗିରିକୁ ରାଜ୍ୟ ବାହାରୁ ଆସିଲେ 7 ଦିନ ଆଇସୋଲେସନ ବାଧ୍ୟତାମୂଳକ

ମାଲକାନଗିରି:କୋରୋନା କଟକଣାକୁ ନେଇ ମାଲକାନଗିରି ପ୍ରଶାସନ ପୁଣି ଜାରି କଲା ଆଉ ଏକ ଆଡ଼ଭାଇଜରୀ । ଏଣିକି ରାଜ୍ୟ ବହାରରୁ ଆସିଲେ ନୋଡାଲ ଅଫିସରଙ୍କୁ ଜଣାଇବା ସହ 7 ଦିନ ହୋମ ଆଇସେଲୋସନ ବାଧ୍ୟତାମୂଳକ କରାଯାଇଛି । ଏହାସହ ଯଦି କିଏ ରାଜ୍ୟ ବାହାରକୁ ଯିବେ ନୋଡାଲ ଅଫିସରଙ୍କୁ ଜଣାଇ ଯିବେ ।

ମାଲକାନଗିରିକୁ ରାଜ୍ୟ ବାହାରୁ ଆସିଲେ 7 ଦିନ ଆଇସୋଲେସନ ବାଧ୍ୟତାମୂଳକ

ବିବାହ, ବ୍ରତ, ମଶାଣୀକୁ ଏକ ସମୟରେ 200 ଲୋକଙ୍କୁ ଅନୁମତି ଦେଇଛି ପ୍ରଶାସନ । ମାସ୍କ, ସାମାଜିକ ଦୂରତା ପରି କଟକଣାକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପଟେ ବଡଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜିଠାରୁ ରାତି 9ଟାରୁ ସକାଳ 6ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି କରାଯାଇଥିବାରୁ ସଧାରଣରେ ଏହି ନିୟମ ଜାରି ପରେ କିଛିମାତ୍ରାରେ ଅସନ୍ତୋଷ ଦେଖାଦେଇଛି । ନାଇଟ କର୍ଫ୍ୟୁକୁ ଯାତ୍ରା ପାଇଁ କିଛି ମାତ୍ରାରେ କୋହଳ ପାଇଁ ସଧାରଣରେ ଦାବି ହୋଇଛି । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ।

ମାଲକାନିଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details