ଓଡିଶା

odisha

ETV Bharat / state

ଦୁଇ ଦିନିଆ ମାଲକାନଗିରି ଗସ୍ତରେ 5T ସଚିବ: ବିଭିନ୍ନ ସ୍ଥାନ ପରିଦର୍ଶନ କଲେ, ଲୋକଙ୍କ ସମସ୍ୟା ପଚାରି ବୁଝିଲେ - ମାଲକାନଗିରି ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ

ଦୁଇ ଦିନିଆ ମାଲକାନଗିରି ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ସରକାରଙ୍କ 5T ସଚିବ ଭିକେ ପାଣ୍ଡିଆନ । ଆଜି ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଲୋକଙ୍କ ସମସ୍ୟା ପଚାରି ବୁଝିଥିବା ବେଳେ ଆସନ୍ତାକାଲି ମଧ୍ୟ ବିଭିନ୍ନ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢ଼ନ୍ତୁ

ଦୁଇ ଦିନିଆ ମାଲକାନଗିରି ଗସ୍ତରେ 5T ସଚିବ
ଦୁଇ ଦିନିଆ ମାଲକାନଗିରି ଗସ୍ତରେ 5T ସଚିବ

By

Published : Mar 28, 2023, 8:55 PM IST

ଦୁଇ ଦିନିଆ ମାଲକାନଗିରି ଗସ୍ତରେ 5T ସଚିବ

ମାଲକାନଗିରି: ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୋକାଭିମୁଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରୁଛନ୍ତି ରାଜ୍ୟ ସରକାର । ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କ ବିଭିନ୍ନ ସମସ୍ୟା ବୁଝୁଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ଓଡିଶା ସରକାରଙ୍କ 5T ସଚିବ ଭିକେ ପାଣ୍ଡିଆନ ।

ମଙ୍ଗଳବାର ପ୍ରଥମେ ହେଲିକପ୍ଟର ଯୋଗେ ମାଥିଲି ହେଲିପ୍ୟାଡ୍‌ରେ ପହଞ୍ଚିବା ପରେ ମାଥିଲିସ୍ଥିତ ଶିବ ସାଗର ବୁଲି ଦେଖିଥିଲେ 5T ସଚିବ । ସେଠାରେ ସେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଶିବ ସାଗରର ଉନ୍ନତୀକରଣ ବିଷୟରେ ଆଲୋଚନା କରିବା ସହ ପ୍ରସ୍ତାବିତ ସପ୍ତଧାରା ଜଳସେଚନ ପ୍ରକଳ୍ପ ଓ ପ୍ରସ୍ତାବିତ ରେଳ ଲାଇନ୍ ଉପରେ ଆଲୋଚନା କରିଥିଲେ । ସେଠାରୁ ସେ ମାଥିଲିସ୍ଥିତ ସହିଦ୍ ଲକ୍ଷ୍ମଣ ନାୟକ ଭବନକୁ ଉଦ୍‌ଘାଟନ କରିବା ପରେ ସେଠାରେ ଉପସ୍ଥିତ ସାଧାରଣ ଲୋକଙ୍କ ସହ ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ପରେ ସେ ମାଥିଲିଠାରୁ ହେଲିକପ୍ଟର ଯୋଗେ ଖଇରପୁଟ ବ୍ଲକର ବଣ୍ଡାଘାଟି ହେଲିପ୍ୟାଡ୍‌ରେ ପହଞ୍ଚି ମୁଦୁଲିପଡା ପଞ୍ଚାୟତସ୍ଥିତ ସୀତାକୁଣ୍ଡ ବୁଲି ଦେଖିଥିଲେ । ସୀତାକୁଣ୍ଡର କିଭଳି ଉନ୍ନତୀକରଣ କରାଯିବ, ସେନେଇ ଆଲୋଚନା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଫେବୃଆରୀ ୨୩ ତାରିଖରେ ଇଟିଭି ଭାରତରେ ସୀତାକୁଣ୍ଡ ଅବହେଳିତ ହୋଇ ରହିଥିବା ଖବର ପ୍ରକାଶ ପାଇଥିଲା । ଏହାପରେ ସୀତାକୁଣ୍ଡକୁ 5T ସଚିବଙ୍କ ଗସ୍ତ ହୋଇଛି । ସେଠାରୁ ସେ ପୁନଶ୍ଚ ଦେଲିକ୍ୟାପ୍ଟର ଯୋଗେ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଞ୍ଚଳସ୍ଥିତ ହନ୍ତାଳଗୁଡା BSF କ୍ୟାମ୍ପ ଠାରେ ପହଞ୍ଚିଥିଲେ । ସେଠାରୁ ସେ ହନ୍ତାଳଗୁଡା ନିକଟରେ ଥିବା ଭିୟୁ ପଏଣ୍ଟରେ ପହଞ୍ଚି ଏହାର ଉନ୍ନୟନ କାମ ଦେଖିବା ସହ ସେଠାରୁ ସ୍ବାଭିମାନ ଅଞ୍ଚଳର ମନରୋମ ଦୃଶ୍ୟ ଉପଭୋଗ କରିଥିଲେ । ଏହାପରେ ହନ୍ତାଳଗୁଡା ଓ ଆଖପାଖ ଅଞ୍ଚଳର ଗ୍ରାମବାସୀଙ୍କ ସହ ମିଶି ଆଲୋଚନା କରି ସୁବିଧା ଅସୁବିଧା ପଚାରି ବୁଝିଥିଲେ ।

ସେଠାରୁ ପୁଣି BSF କ୍ୟାମ୍ପ ଯାଇ BSF ଯବାନ ଓ ପୋଲିସ କର୍ମଚାରୀଙ୍କ ସହ ମିଶି ଆଲୋଚନା କରିଥିଲେ 5T ସଚିବ । ପରେ ସେଠାରୁ କାର୍ ଯୋଗେ ବଡପଡା ପହଞ୍ଚିଥିଲେ । ସେଠାର ସେତୁ ଯୋଜନାରେ ନବ ନିର୍ମିତ ଏଜୁକେସନାଲ କମ୍ପ୍ଲେକ୍ସ ବୁଲି ଦେଖିଥିଲେ । ଏହାସହ ହଷ୍ଟେଲ୍‌ରେ ଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ପରେ ବଡପଡା ଓ ଆଖପାଖ ପଞ୍ଚାୟତର ଗ୍ରାମବାସୀଙ୍କ ସହ ଆଲୋଚନା କରି ସୁବିଧାଅସୁବିଧା ପଚାରି ବୁଝିଥିଲେ । 5T ସଚିବଙ୍କ ସହ ମାଲକାନଗିରି ଜିଲ୍ଲାପାଳ ବିଶାଲ୍ ସିଂହ ଓ ଏସ୍‌ପି ନୀତିଶ ୱାଧୱାନୀଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ବିଛିନ୍ନାଞ୍ଚଳବାସୀ 5T ସଚିବଙ୍କୁ ସାକ୍ଷାତକରି ନିଜର ସୁବିଧାଅସୁବିଧା ଜଣାଇ ପାରିଥିବାରୁ ଖୁସି ପ୍ରକଟ କରିଛନ୍ତି ।

ତେବେ ଆସନ୍ତାକାଲି ସକାଳୁ ବଡପଡାରେ ନୂତନ ଭାବେ ହୋଇଥିବା 33KV ସବ୍ ଷ୍ଟେସନକୁ ନେଇ ସମୀକ୍ଷା କରିବା ସହ ଗୁରୁପ୍ରିୟା ସେତୁ ବୁଲି ଦେଖବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଚିତ୍ରକୋଣ୍ଡାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ମିଶନ୍ ଶକ୍ତି କାଫେ ଏବଂ 5T ବାଳକ ହାଇସ୍କୁଲ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ପରେ ହେଲିକ୍ୟାପ୍ଟର ଯୋଗେ ମାଲକାନଗିରି ପହଞ୍ଚି ମାଲକାନଗିରି ସଦର ମହକୁମାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେଖିବା ସହ କାଲିମେଳା ବ୍ଳକର ମାନ୍ୟମ୍ କୁଣ୍ଡା ଓ ମଟୁ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details