ମାଲକାନଗିରି: ଜିଲ୍ଲା ଚିତ୍ରକୋଣ୍ଡା ପୁଲିସ ୩ ଜଣ ଗଞ୍ଜେଇ ଚୋରା ଚାଲାଣକାରୀକୁ ଗିରଫ କରିବାରେ ସକ୍ଷମ ହୋଇଛି। ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ଓ ଥାନା କର୍ମଚାରୀ ପେଟ୍ରୋଲିଂ କରୁଥିବା ସମୟରେ ହଳଦିଆ ରଙ୍ଗର ଅଟୋକୁ ଅଟକାଇ ଥିଲେ।
ଯାଞ୍ଚ କରିବା ସମୟରେ ସେଥିରେ ଗଞ୍ଜେଇ ବୋଝେଇ ବସ୍ତା ଥିବା ଜଣା ପଡ଼ିଥିଲା। ପୁଲିସ କହିବାନୁଯାୟୀ ଗଞ୍ଜେଇ ବୋଝେଇ ଗାଡି ସହ ଚୋରା ଚାଲାଣରେ ସମ୍ପୃକ୍ତ ୩ ଜଣକୁ ଗିରଫ କରାଯାଇଛି।