ଓଡିଶା

odisha

ETV Bharat / state

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ, ସିଲ ହେଲା 5ଟି ବଡ ଦୋକାନ - କୋଭିଡ ନିୟମ ଉଲଂଘନ

କୋଭିଡ ନିୟମ ଉଲ୍ଲଙ୍ଘନ ହେଲେ ଦୋକାନ ସିଲ୍ କରାଯିବ। ଦ୍ବିତୀୟ ପର୍ଯ୍ୟାୟ କୋଭିଡ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅଧିକ ପଢନ୍ତୁ...

କୋଭିଡ ନିୟମ ଉଲଂଘନ ଅଭିଯୋଗ, ସିଲ ହେଲା 5ଟି ବଡ ଦୋକାନ
କୋଭିଡ ନିୟମ ଉଲଂଘନ ଅଭିଯୋଗ, ସିଲ ହେଲା 5ଟି ବଡ ଦୋକାନ

By

Published : Feb 27, 2021, 7:15 AM IST

ବାରିପଦା: କୋଭିଡ ନିୟମ ଉଲ୍ଲଙ୍ଘନ ହେଲେ ଦୋକାନ ସିଲ୍ କରାଯିବ । ଦ୍ବିତୀୟ ପର୍ଯ୍ୟାୟ କୋଭିଡ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଶୁକ୍ରବାର ଭାରତ ବନ୍ଦ ପାଇଁ ଦିନ ବେଳେ ସହରରେ ଦୋକାନ ବଜାର ବନ୍ଦ ଥିବାବେଳେ ସନ୍ଧ୍ୟା ସମୟରେ ଦୋକାନ ବଜାର ଖୋଲା ଯାଇଥିଲା । ତେବେ ସନ୍ଧ୍ୟା ସମୟରେ ଦୋକାନ ନିକଟରେ କୋଭିଡ ନିୟମକୁ ନ ପାଳି ବ୍ୟବସାୟ କରାଯାଉଥିବା ଦେଖିବାକୁ ମିଳିଥିଲା।

କୋଭିଡ ନିୟମ ଉଲଂଘନ ଅଭିଯୋଗ, ସିଲ ହେଲା 5ଟି ବଡ ଦୋକାନ

ଖବର ପାଇ ଜିଲ୍ଲା ପ୍ରଶାସନ ଓ ବାରିପଦା ଟାଉନ ପୋଲିସ ସହାୟତାରେ ବାରିପଦା ତହସିଲଦାରଙ୍କ ଉପସ୍ଥିତିରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ 5 ଟି ବଡ଼ ଦୋକାନକୁ ସିଲ କରାଯାଇଛି । ଅନ୍ୟପକ୍ଷେ ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲେଇ, ମେନ ମାର୍କେଟ, ହସ୍ପିଟାଲ ରୋଡ଼, ଭଞ୍ଜପୁର ଅଞ୍ଚଳରେ ଅନ୍ୟ ଛୋଟ ଠେଲା ଦୋକାନୀଙ୍କୁ ନିୟମ କଡାକଡି ପାଳନ କରିବାକୁ ସତର୍କ ସୂଚନା ଦେଇଛି ପ୍ରଶାସନ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details