ଓଡିଶା

odisha

ମାଲକାନଗିରି ଆଦର୍ଶ ବିଦ୍ୟାଳୟ ସିବିଏସଇ ଟପ୍ପରଙ୍କ ସହ କଥା ହେଲେ 5'ଟି' ସଚିବ

By

Published : Jul 19, 2020, 3:20 PM IST

Updated : Jul 19, 2020, 3:50 PM IST

ଆଦର୍ଶ ବିଦ୍ୟାଳୟରେ ସିବିଏସଇ ପରୀକ୍ଷାରେ ଟପ୍ପର ଛାତ୍ର ଅମ୍ରିତ ପାତ୍ରଙ୍କ ସହ କଥା ହେଲେ 5'ଟି' ସଚିବ ଭିକେ ପାଣ୍ଡିଆନ । ଚଳିତବର୍ଷ ସେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ 95.4 ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି । ଅଧିକ ପଢନ୍ତୁ...

5 'Secretaries' spoke to Malkangiri CBSE Topper
ମାଲକାନଗିରି ଆଦର୍ଶ ବିଦ୍ୟାଳୟ ସିବିଏସଇ ଟପ୍ପର ସହ କଥା ହେଲେ 5'ଟି' ସଚିବ

ମାଲକାନଗିରି: ଆଦର୍ଶ ବିଦ୍ୟାଳୟ ସିବିଏସଇ ପରୀକ୍ଷାରେ ଟପ୍ପର ଛାତ୍ର ଅମ୍ରିତ ପାତ୍ରଙ୍କ ସହ କଥା ହେଲେ 5'ଟି' ସଚିବ ଭିକେ ପାଣ୍ଡିଆନ । ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଅମ୍ରିତ ପାତ୍ର । ଚଳିତବର୍ଷ ସେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ 95.4 ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଜଣେ ଛାତ୍ର ସିବିଏସଇ ଟପ୍ପର ହୋଇଥିବାର ଜାଣି 5'ଟି' ସଚିବ ଭିକେ ପାଣ୍ଡିଆନ ତାଙ୍କ ସହ ଭିଡିଓ କଲିଂ ମାଧ୍ୟମରେ କଥା ହୋଇଥିଲେ । ଏହି ସମୟରେ ସେ ତାଙ୍କ ଭଲମନ୍ଦ ସହ ଭବିଷ୍ୟତର ଲକ୍ଷ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ଏଥିସହ ଅମ୍ରିତଙ୍କ ଉଜ୍ଜ୍ବଳ ଭବିଷ୍ୟତର କାମନା କରିଥିଲେ ।

ମାଲକାନଗିରି ଆଦର୍ଶ ବିଦ୍ୟାଳୟ ସିବିଏସଇ ଟପ୍ପରଙ୍କ ସହ କଥା ହେଲେ 5'ଟି' ସଚିବ

ସେପଟେ ଅମ୍ରିତଙ୍କ ସଫଳତା ଏବଂ 5'ଟି' ସଚିବ ତାଙ୍କ ପୁଅ ସହ କଥା ହୋଇଥିବାରୁ ପରିବାର ଲୋକ ଖୁସି ବ୍ୟକ୍ତ କରିଛନ୍ତି । ସୂଚନାନୁସାରେ, ଅମ୍ରିତ ଭବିଷ୍ୟତରେ ଜଣେ ସଫଳ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Jul 19, 2020, 3:50 PM IST

ABOUT THE AUTHOR

...view details