ଓଡିଶା

odisha

By

Published : Sep 19, 2019, 6:24 PM IST

ETV Bharat / state

ଅବକାରୀ ବିଭାଗ କବଜାରେ ଗଞ୍ଜେଇ ବେପାରୀ, ମାଲକାନଗିରିରୁ ଯାଉଥିଲା ବିହାର

ପୃଥକ୍‌ ପଥକ୍‌ ଭାବେ 2ଟି ଗଞ୍ଜେଇ ଚାଲାଣକାରୀ ରାକେଟ୍‌ ଠାବ କରିଛି ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ । ପ୍ରଥମେ ଜଣେ ବାଇକ ଆରୋହୀକୁ ଗିରଫ କରି 10 କେଜି ଗଞ୍ଜେଇ ଜବତ କରିବା ପରେ 108 କେଜି ଗଞ୍ଜେଇ ସହ 2 ଜଣଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା । ପୃଥକ୍‌ ପଥକ୍‌ ଭାବେ 2ଟି ଗଞ୍ଜେଇ ଚାଲାଣକାରୀ ରାକେଟ୍‌ ଠାବ କରିଛି ଜିଲ୍ଲା ଅବକାରୀ ବିଭାଗ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ମାଲକାନଗିରି

ସୂଚନାନୁସାରେ, ମାଲକାନଗିରି ଜିଲ୍ଲା କୋରକୋଣ୍ଡା-ଛତିଶଗଡ ସୀମାନ୍ତ ସୁକୁମା ରାସ୍ତାରେ ଅବକାରୀ ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଜଣେ ବାଇକ ଆରୋହୀଙ୍କୁ ଅଟକାଇ ଗାଡି ଚେକିଂ କରିଥିଲା । ଯାଞ୍ଚ ବେଳେ ବାଇକରୁ 10 କେଜି ଗଞ୍ଜେଇ ଜବତ ହୋଇଥିଲା । ଘଟଣାର ସତ୍ୟତା ଜାଣିବାକୁ ଅବକାରୀ ପୋଲିସ ବାଇକ ଆରୋହୀଙ୍କୁ ଅଟକାଇ ଅଧିକ ପଚରାଉଚରା କରିଥିଲେ ।

ପଚରାଉଚରା ବେଳେ ମାଲକାନଗିରିରୁ ବିହାରକୁ ଏକ ସୁମୋ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇଥିଲା । ସୂଚନାକୁ ଆଧାର କରି ପୋଲିସ ଗାଡିର ପଛ କରିଥିଲା । ମାଲକାନିଗିରି କେନାଲ ରାସ୍ତାରେ ସୂଚନା ମିଳିଥିବା ଅବକାରୀ ପୋଲିସ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା । ଉକ୍ତ ଗାଡିରୁ 108 କେଜି ଗଞ୍ଜେଇ ଜବତ କରିବା ସହ 2 ଚୋରା ଚାରାଣକାରୀଙ୍କୁ ଗିରଫ କରାଯାଇଛି । ଗିରଫ 2 ଜଣ ବିହାରର ସଞ୍ଜୟ ସାହାନୀ ଓ ଦୟା ଶଙ୍କର ସିଂ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 5 ଲକ୍ଷ 90 ହଜାର ଟଙ୍କା ହେବ ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି ।

ବାରମ୍ବାର ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା କିଙ୍ଗଫିଙ୍ଗକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details