ଓଡିଶା

odisha

ETV Bharat / state

5 କୋଟି ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ କଲା ମାଲକାନଗିରି ଅବକାରୀ ବିଭାଗ - 5 crore ganja field destroyed by malkangiri excise and forest dept

ବେଆଇନ ଗଞ୍ଜେଇ ଫସଲ ନଷ୍ଟ କଲା ମାଲକାନଗିରି ଅବକାରୀ ବିଭାଗ । 36 ଏକର ଜଙ୍ଗଲ ଜମିରେ 54,000 ଗଞ୍ଜେଇ ଗଛକୁ କାଟି ନଷ୍ଟ କରିଛି ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Nov 15, 2019, 9:25 PM IST

ମାଲକାନଗିରି: ବେଆଇନ ଗଞ୍ଜେଇ ଫସଲ ନଷ୍ଟ । ଜିଲ୍ଲା ଅବକାରୀ ବିଭାଗ ଓ ବନ ବିଭାଗ ମିଳିତ ଭାବେ ଚଢାଉ କରି ବାପନପାଲ୍ଲୀ ଗ୍ରାମରେ ବେଆଇନ ଭାବେ ଚାଷ ହେଉଥିବା ଗଞ୍ଜେଇ ଫସଲକୁ ନଷ୍ଟ କରିଛି । ନଷ୍ଟ ହୋଇଥିବା ଗଞ୍ଜେଇ ଚାଷର ଆନୁମାନିକ ବଜାର ମୂଲ୍ୟ 5 କୋଟି ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ବାପନପାଲ୍ଲୀ କୌଣସି ମାଓ ପ୍ରଭାବିତ ଅଞ୍ଚଳ ହୋଇ ନଥିବାବେଳେ ଏଠାରେ ଏକର ଏକର ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷ କରାଯାଉଛି । ଯାହାକୁ ଶୁକ୍ରବାର ଅବକାରୀ କର୍ମଚାରୀମାନେ ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ କାଟି ନିଆଁ ଲଗାଇ ପୋଡି ଦିଆଯାଇଛି । ପ୍ରାୟ 36 ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ଲଗାଯାଇଥିବା 54,000 ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି ।

ବର୍ତ୍ତମାନ ଗଞ୍ଜେଇ ଅମଳର ସମୟ ପାଖକୁ ଆସିଛି । ତେଣୁ ଆଗାମୀ ଦିନରେ ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏପରି ଚଢାଉ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେପଟେ ସଦର ମହକୁମା ଠାରୁ ମାତ୍ର 30 କିମି ଦୁରରେ ଏକର ଏକର ଜମିରେ ଗଞ୍ଜେଇ ଚାଷ କରାଯାଉଥିବା ବେଳେ ଆଜି ପର୍ଯ୍ୟନ୍ତ କେମିତି ମାଲକାନଗିରି ଅଵକାରୀ ବିଭାଗ ଓ ପୋଲିସ ଜାଣିପାରିନାହିଁ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details