ମାଲକାନଗିରି: ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା । ଏକ ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର 4 ଜଣ ସଦସ୍ୟକୁ ପୋଲିସ ଗିରଫ କରିଛି । ସେମାନେ ହେଲେ ଗୁରୁଦାସ ମଜୁମଦାର, ବିଜୟ ମଣ୍ଡଳ, ବରୁଣ ଢାଲି ଓ ବାବୁଲାଲ ମଜୁମଦାର ।
ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗ ଠାବ: 4 ଗିରଫ, ବାଇକ ସମେତ 12 ମୋବାଇଲ ଫୋନ ଜବତ - 3 bike sized
ମାଲକାନଗିରି ଜିଲ୍ଲାର ଏକ ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର 4 ଜଣ ସଦସ୍ୟକୁ ପୋଲିସ ଗିରଫ କରିଛି । ଏମାନଙ୍କଠାରୁ 3ଟି ଚୋରା ମୋଟର ସାଇକେଲ ସହ ଗୋଟିଏ ଲ୍ୟାପଟପ, ଗୋଟିଏ ଏଲ.ଇ.ଡି ଟିଭି, 12ଟି ମୋବାଇଲ ଫୋନ ଜବତ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
ପୋଲିସ ଏମାନଙ୍କ ଠାରୁ 3ଟି ଚୋରା ମୋଟର ସାଇକେଲ ସହ ଗୋଟିଏ ଲ୍ୟାପଟପ, ଗୋଟିଏ ଏଲ.ଇ.ଡି ଟିଭି, 12ଟି ମୋବାଇଲ ଫୋନ ଏବଂ ଅନେକ ସରକାରୀ ସାର୍ଟିଫିକେଟ ଜବତ କରିଛି । ଗତ ଦୁଇ ବର୍ଷ ଧରି ମାଲକାନଗିରି ଜିଲ୍ଲା ସହ ସୀମାନ୍ତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ରେ ଏହି ରାକେଟ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲା । ଏମାନଙ୍କ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଖୁବ ଶୀଘ୍ର ଧରାଯିବ ବୋଲି ମାଲକାନଗିରି ଏସ.ଡି.ପିଓ କହିଛନ୍ତି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ