ମାଲକାନଗିରି: ମାଓବାଦୀଙ୍କ ଏକ ବଡ଼ ଧରଣର ଷଡଯନ୍ତ୍ରକୁ ପଣ୍ଡ କଲେ ସିଆରପିଏଫ ଯବାନ । ସୁରକ୍ଷା ଯବାନଙ୍କ ଅପରେସନ ବେଳେ ସ୍ପାଇକ ହୋଲ ଠାବ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ପାଲମପାଲି ଜଙ୍ଗଲରେ ସିଆରପିଏଫ 74 ବାଟାଲିୟନ ଯବାନଙ୍କ ଦ୍ବାରା ମାଓବାଦୀଙ୍କ 39 ଟି ସ୍ପାଇକ ହୋଲ ଠାବ କରାଯାଇଛି ।
ଏହି ସ୍ପାଇକ ହୋଲ ଭିତରେ ପଡିଲେ ଯେ କେହି ବି ପଡିବା ତା'ର ମୃତ୍ୟୁ ସୁନିଶ୍ଚିତ । କାରଣ ଏହି ହୋଲ ମଧ୍ୟରେ ତୀକ୍ଷ୍ଣ ଲୁହା ରଡ଼, ଲୁହା କଣ୍ଟା, କାଚ ଭଳି ମାରାତ୍ମକ ଜିନିଷ ଭର୍ତ୍ତି କରି ଷଡ଼ଯନ୍ତ୍ର ରଚିଥାନ୍ତି ମାଓବାଦୀ । ପୂର୍ବରୁ ଏଭଳି ହୋଲ ଭିତରେ ପଡି ଅନେକ ଯବାନ ସହିଦ ହୋଇଛନ୍ତି । ସୁରକ୍ଷାକର୍ମୀ ମାଓ ଦମନ ପାଇଁ ଜଙ୍ଗଲ ଭିତରକୁ ଯିବାବେଳେ ତାଙ୍କୁ ଏହି ସ୍ପାଇକ ହୋଲରେ ଫସେଇବାର ଯୋଜନା ରଚିଥିଲେ ମାଓବାଦୀ । ତେବେ ଏକ ବଡ ବିପଦରୁ ଯବାନମାନେ ରକ୍ଷା ପାଇଯାଇଥିବା କୁହାଯାଇଛି ।