ଓଡିଶା

odisha

ETV Bharat / state

ଦଳ ବିରୋଧରେ ଯିବା ପଡିଲା ମହଙ୍ଗା, ବହିଷ୍କାର ହେଲେ 3 କଂଗ୍ରେସ କର୍ମୀ - ବହିଷ୍କାର

ଦଳ ନିଷ୍ପତ୍ତି ବିରୋଧରେ ସ୍ୱର ଉତ୍ତୋଳନ କରିବା ମହଙ୍ଗା ପଡିଲା କର୍ମୀଙ୍କୁ । ଏନେଇ 3 ଜଣ କର୍ମୀଙ୍କୁ ଦଳରୁ ବହିଷ୍କାର କଲେ ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

By

Published : Mar 25, 2019, 10:39 PM IST

ମାଲକାନଗିରି: ଟିକେଟ ବଣ୍ଟାକୁ ନେଇ କଂଗ୍ରେସ ଦଳ ମଧ୍ୟରେ ସୃଷ୍ଟି ହେଲା କନ୍ଦଳ । ଦଳନିଷ୍ପତ୍ତିବିରୋଧରେ ସ୍ୱର ଉତ୍ତୋଳନ କରିବା ମହଙ୍ଗା ପଡିଲା କର୍ମୀଙ୍କୁ । ଏନେଇ 3 ଜଣ କର୍ମୀଙ୍କୁ ଦଳରୁ ବହିଷ୍କାର କଲେ ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ।

ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନୀ ମଣ୍ଡଳୀରେ କଂଗ୍ରେସର ଟିକେଟ ବଣ୍ଟାକୁ ନେଇ ଦଳର କର୍ମୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବିଶୃଙ୍ଖଳା । ଏହାକୁ ବିରୋଧ କରି ସ୍ୱର ଉତ୍ତୋଳନ କରିଥିଲେ ମାଥିଲି ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ବାଲରାଜୁ କୋପେ, ଜିଲ୍ଲା କଂଗ୍ରେସ ସମ୍ପାଦକ ଇନ୍ଦ୍ରା ନାୟକ ଏବଂ ମାଥିଲି ବ୍ଲକର ପିସିସି ସଭ୍ୟ ସ୍ମୃତି ରଞ୍ଜନ ।

ତେବେ ସୋମବାର ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦଳ ବିରୋଧୀ ଏବଂ ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋର କରି ଦଳରୁ ବହିଷ୍କାର କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର । ଏନେଇ ଏକ ଇସ୍ତାହାର ପ୍ରକାଶ ପାଇଛି । ଏହାର ଏକ ଫଟୋ କପି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ପଠାଯାଇଥିବା ସୂଚନା ମିଳିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ABOUT THE AUTHOR

...view details