ମାଲକାନଗିରି: ପ୍ରତିଦିନ ଏବେ ରାଜ୍ୟରେ କୋରୋନା ଭାଇରସ ସଂକ୍ରମଣ ବଢିବାରେ ଲାଗିଛି । ଆଜି(ବୁଧବାର) ମାଲକାନଗିରି ଜିଲ୍ଲାରୁ ୩ ଲୋକାଲ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବାଲିମେଳା ଏନଏସିରୁ ଥିବାବେଳେ ୨ଜଣ ମାଲକାନଗିରି ପୌରପରିଷଦର କଣ୍ଟେନମେଣ୍ଟ ଜୋନର ବୋଲି ଜଣାପଡିଛି ।
ବାଲିମେଳା ଏନଏସିରୁ ଚିହ୍ନଟ ହୋଇଥିବା କୋରୋନା ପଜିଟିଭର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବାବେଳେ ଚିହ୍ନଟ ପରେ କୋଭିଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଅନ୍ୟ 2ଜଣ କୋରୋନା ପଜିଟିଭ ପୂର୍ବ କୋରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି ଓ ସେମାନଙ୍କୁ କୋଭିଡ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି ।