ମାଲକାନଗିରି: ଅଧିକ ଟଙ୍କା ଓ ଲକଡାଉନର ଫାଇଦା ନେଇ ନୀରିହ ଲୋକଙ୍କୁ ଠକୁଥିଲେ କ୍ୱାକ ଡାକ୍ତର । ଗାଁ ଗାଁ ବୁଲି ଲୋକଙ୍କୁ ଚିକିତ୍ସା କରୁଥିବାରୁ ସରକାରୀ ଡାକ୍ତରଖାନାରୁ ମୁହଁ ମୋଡି ଦେଉଥିଲେ ରୋଗୀ । କାଲିମେଳା ପୋଲିସ ଆଜି (ଶନିବାର) ତିନି ଜଣ କ୍ୱାକ ଡାକ୍ତରଙ୍କୁ ଗିରଫ କରିଛି । ବିନା ଲାଇସେନ୍ସରେ, ବିନା କୌଣସି ଡାକ୍ତରୀ ପାଠରେ ଏମାନେ ପାଲଟି ଯାଇଥିଲେ ତଥାକଥିତ ଡାକ୍ତର ।
ଲୋକଙ୍କ ଚିକିତ୍ସା କରିବା ସହ ଲୋକଙ୍କ ଜୀବନ ସହ ଖେଳୁଥିଲେ ଏହି କ୍ୱାକମାନେ । ମାଲକାନଗିରି SPଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଥିଲା ତଦନ୍ତ । ଶେଷରେ ଆଜି ତିନି କ୍ୱାକଙ୍କ ସହ ବିପୁଳ ପରିମାଣରେ ମେଡ଼ିସିନ ଜବତ କରିଛି କାଲିମେଳା ପୋଲିସ । କେସ ନମ୍ବର-134, 135, 137 ଏବଂ ଦଫା 419/420/384 ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ଏହି ତିନି ଅଭିଯୁକ୍ତଙ୍କୁ ।