ମାଲକାନଗିରି: ଜିଲ୍ଲାର ବାଲିସାଗର ସାହିରେ କାନ୍ଥ ଭୁଶୁଡି 3 ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଶୋଇଥିବା ଅବସ୍ଥାରେ ଘଟଣାଟି ଘଟିଥିବାବେଳେ ଗୁରୁତରଙ୍କୁ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ଅଟୋ ଚାଳକ ମନୋଜ ନାୟକଙ୍କ ଘରର କାନ୍ଥ ଭୁଶୁଡି ପଡିଥିଲା । ଫଳରେ 15 ବର୍ଷର ପୁଅ ଅନୁରୋଧ, 12 ବର୍ଷର ଝିଅ ଅନ୍ନପୂର୍ଣ୍ଣା ଓ 9 ବର୍ଷର ପୁଅ ଖିତିସ ଉପରେ କାନ୍ଥ ପଡିଯାଇଥିଲା । ପରେ ଚିତ୍କାର ଶୁଣି ପଡୋଶୀମାନେ ପହଞ୍ଚିବା ପରେ ଗୁରୁତର ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।