ମାଲକାନଗିରି: ଆଜି (ମଙ୍ଗଳବାର) ଠାରୁ ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ୧୮ ରୁ ୪୪ ବର୍ଷ ବୟସଙ୍କୁ ଟୀକାକରଣ ଆରମ୍ଭ ହୋଇଛି । ଆଜି ଏବଂ ଆସନ୍ତାକାଲି(ବୁଧବାର) ଦୁଇ ଦିନ ଧରି ଏହି ଟୀକାକରଣ ପ୍ରଦାନ କରାଯିବ। ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୨୫୦୦ ଟିକା ଆସିଛି । ସଦର ମହକୁମାରେ ୫ଟି ସ୍ଥାନରେ ଟୀକାକରଣ ବ୍ୟବସ୍ଥା କରାଯାଇଛି ।
ମାଲକାନଗିରିରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ଟୀକାକରଣ ଆରମ୍ଭ - malkangir news
ମଙ୍ଗଳବାର ଠାରୁ ମାଲକାନଗିରି ଜିଲ୍ଲାର ସଦର ମହକୁମାରେ ୧୮ ରୁ ୪୪ ବର୍ଷ ବୟସଙ୍କୁ ଟୀକାକରଣ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...
ମାଲକାନଗିରିରୁ ୧୮ ରୁ ୪୪ ବର୍ଷ ବୟସଙ୍କୁ ଟୀକାକରଣ ଆରମ୍ଭ
ପ୍ରତ୍ୟେକ କେନ୍ଦ୍ରରେ ୨୫୦ ଜଣଙ୍କୁ ଟିକାପ୍ରଦାନ କରାଯିବ ବୋଲି କୁହାଯାଇଛି । ଆଜି ୧୨୫୦ ଜଣଙ୍କୁ ଏବଂ ଆସନ୍ତାକାଲି ମଧ୍ୟ ୧୨୫୦ ଜଣଙ୍କୁ ଟୀକାକରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ
Last Updated : Jun 8, 2021, 7:10 PM IST