ମାଲକାନାଗିରି:ସୀମାନ୍ତରେ ଭୁଶୁଡୁଛି ଲାଲଦୁର୍ଗ । ଛତିଶଗଡ଼ ଦାନ୍ତେୱାଡା ପୋଲିସକୁ ମିଳିଛି ବଡ ସଫଳତା। ପୋଲିସ ନିକଟରେ ଆତ୍ମସମର୍ପଣ କଲେ 16 ନକ୍ସଲ । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ 3 ଜଣ କମାଣ୍ଡର ଥିବାବେଳେ 4 ଜଣ ମହିଳା ଥିବା ଦାନ୍ତେଓ୍ବାଡା ଏସପି ସୂଚନା ଦେଇଛନ୍ତି । ଏସପି କାର୍ଯ୍ୟଳୟରେ ସମସ୍ତଙ୍କୁ ଶପଥ ପାଠ କରାଯାଇଛି ।
ଆତ୍ମସମର୍ପଣ କରିଥିବା ସମସ୍ତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା ହୋଇଥିଲା । ସେମାନେ ସମସ୍ତ ପଶ୍ଚିମ ବସ୍ତର ଜିଲ୍ଲାର ବାସିନ୍ଦା ବୋଲି ସୂଚନା ଦେଇଛନ୍ତି ଏସପି ଅଭିଷେକ ପଲ୍ଲବ ।